ରାଜ୍ୟ ବଜେଟ୍‌ରେ ଜିଲ୍ଲାକୁ ଅଣଦେଖା: ଶିଳ୍ପ ଓ ପର୍ଯ୍ୟଟନର ବିକାଶକୁ ଭୁଲିଗଲେ ସରକାର

ରାଜ୍ୟ ବଜେଟରେ ରାଉରକେଲା ଓ ସୁନ୍ଦରଗଡ଼ର ଜିଲ୍ଲାର ବିକାଶରେ ସରକାର ବଜେଟ୍‌ରେ ସେମିତି କୌଣସି ନିର୍ଦ୍ଦିଷ୍ଟ ଯୋଜନା ସ୍ଥାନନାହିଁ। ବିଜେଟ୍‌ରେ ସୁନ୍ଦରଗଡ଼ ଜିଲ୍ଲାର ଅଣଦେଖାକୁ ନେଇ ଥିଙ୍କର୍ସ ଫୋରମ୍‌ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି...

Ignoring the district in the state budget: The government forgot the development of industry and tourism

Ignoring the district in the state budget: The government forgot the development of industry and tourism Photograph: (sambad.in)

ରାଉରକେଲା: ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର ଟଙ୍କାର ସନ୍ତୁଳିତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ୧୬ଟି ନୂଆ ଯୋଜନା ସହ କୃଷି ଓ ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି। ଭୁବନେଶ୍ୱର ସହର ସୌନ୍ଦର୍ଯ୍ୟକରଣ ପାଇଁ ୧୩ହଜାର କୋଟି ଟଙ୍କା ଦିଆଯାଇଛି। ଏଥିସହ  କଟକ, ସମ୍ୱଲପୁର, ବ୍ରହ୍ମପୁର, କୋରାପୁଟ ଇତ୍ୟାଦି ପାଇଁ ସମୃଦ୍ଧ ସହର ଯୋଜନା, ପାରାଦ୍ବୀପର ନୂତନ ବିମାନବନ୍ଦର, ଓୟୁଏଟି, ଓୟୁଟିଆର ଭୁବନେଶ୍ୱର, ଭିସୁଟ୍‍, ବୁର୍ଲା ବିଶ୍ୱବିଦ୍ୟାଳୟ ପାଇଁ ଉତ୍କର୍ଷକେନ୍ଦ୍ର ସ୍ଥାପନ ଉଦ୍ଦେଶ୍ୟରେ ଅନୁଦାନ ରହିଛି।

ଘଟଗାଁ ତାରିଣୀ ମନ୍ଦିର, ଯୋରନ୍ଦା ମହିମାପୀଠ, ହୀରାକୁଦ, ସାତକୋଶିଆ, ଭିତରକନିକା, ମହେନ୍ଦ୍ରଗିରି ଇତ୍ୟାଦି ପର୍ଯ୍ୟଟନସ୍ଥଳର ବିକାଶ, ସମ୍ୱଲପୁର ଓ କଟକ ମହାନଦୀ ତଟର ସୌନ୍ଦର୍ଯ୍ୟକରଣ, କେନ୍ଦୁଝର, କୋରାପୁଟରେ ଡାଟା ସେଣ୍ଟର, କଟକ ବଡ଼ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ବଜେଟ୍‌ରେ ଅର୍ଥ ବରାଦ ହୋଇଛି।

ସ୍ମାର୍ଟସଟି ତାଲିକାରେ ସ୍ଥାନପାଇଥିବା ଭୁବନେଶ୍ବର ଓ ରାଉରକେଲା ମଧ୍ୟରୁ ଭୁବନେଶ୍ବର ବିକାଶକୁ ପ୍ରାଥମିକତା ଦିଆଯାଇଛି। ରାଉରକେଲା ଓ ସୁନ୍ଦରଗଡ଼ର ଜିଲ୍ଲାର ବିକାଶରେ ସରକାର ବଜେଟ୍‌ରେ ସେମିତି କୌଣସି ନିର୍ଦ୍ଦିଷ୍ଟ ଯୋଜନା ସ୍ଥାନନାହିଁ। ବିଜେଟ୍‌ରେ ସୁନ୍ଦରଗଡ଼ ଜିଲ୍ଲାର ଅଣଦେଖାକୁ ନେଇ ଥିଙ୍କର୍ସ ଫୋରମ୍‌ର ଆବାହକ ନଳିନୀକାନ୍ତ ଧର ଓ ଅନ୍ୟସଙ୍ଗଠନ କର୍ମକର୍ତ୍ତମା‌ନେ କ୍ଷୋଭପ୍ରକଟ କରିଛନ୍ତି। ସେମାନେ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ, ବିଭାଗୀୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଦୃ‌ଷ୍ଟି ଆକର୍ଷଣ କରିଛନ୍ତି।

ସେମାନେ କହିଛନ୍ତି ଖଣିଜ ଓ ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ସୁନ୍ଦରଗଡ଼ରେ ବିକାଶରେ ବିଗତ ଦିନରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ପାଣି ବୋହିଲା ପରି ଅର୍ଥ କରାଯାଇଛି। ହେଲେ ଜିଲ୍ଲା, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନ ସବୁ କ୍ଷେତ୍ରରେ ଆଣ୍ଠେଇଛି। ବଜେଟ୍‌ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟରେ ପର୍ଯ୍ୟଟନସ୍ଥଳର ବିକାଶକୁ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି କହିଥି‌ଲେ।

ସୁନ୍ଦରଗଡ଼ର ୧୪ରୁ ଅଧିକ ପର୍ଯ୍ୟଟନସ୍ଥଳରୁ ମଧ୍ୟରୁ ମାତ୍ର ୨/୩ଟି ଛାଡିଦେଲେ ଅନ୍ୟକେଉଁଠି ବିକାଶର ପଦଚିହ୍ନ ବି ପଡ଼ିନି। ଏକଦା ଶିଳ୍ପ ରାଜଧାନୀ କୁହାଯାଉଥିବା ସୁନ୍ଦରଗଡ଼ ଏବେ ପ୍ରାୟ  ୫୦%ରୁ ଅଧିକ ଛୋଟବଡ ଶିଳ୍ପରେ ତାଲା ଝୁଲୁଛି। ଏଗୁଡ଼ିକୁ ପୁନରୁଦ୍ଧାର ପାଇଁ ଏଯା‌ଏ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ।

ହଜାର ହଜାର ଶ୍ରମିକ ରୋଜଗାର ହରାଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଅଧିକାଂଶ ସମୟରେ ବନ୍ଧା ମଧ୍ୟ ପଡୁଛନ୍ତି। ବିପିୟୁଟିରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ, ରାଉରକେଲା ସ୍ୱୟଂଶାସିତ ସରକାରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା, ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣାଙ୍ଗ ବିମାନ ବନ୍ଦରରେ ରୁପାନ୍ତରୀକରଣ, ବେଦବ୍ୟାସକୁ ଏକ ଆନ୍ତର୍ଜାତୀୟ-ଧାର୍ମିକ- ଆଧ୍ୟାତ୍ମିକ- ପର୍ଯ୍ୟଟନ ସ୍ଥଳ ଭାବରେ ବିକାଶ କରିବା। ରାଉକେଲାରେ ଆଇ.ଟି ଓ  ପ୍ରଯୁକ୍ତି ବିଦ୍ୟାର ଭିତ୍ତିଭୂମିର ବିକାଶ, ଭୁବନେଶ୍ୱର ପରି ବୃହତ୍ତର ରାଉରକେଲାର ପରିକଳ୍ପନା, ରେଳ ଡିଭିଜନ କୌଣସି ପଦକ୍ଷେପ ନିଆଯାଉ ନାହିଁ।

ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନ ଖାଇ ୩୨ ଛାତ୍ରଛାତ୍ରୀ ଅସୁସ୍ଥ

ସ୍ଥାନୀୟ ଜନପ୍ରତିନିଧିମାନଙ୍କ ପକ୍ଷରୁ ମଧ୍ୟ ସେମିତି କୌଣସି ପ୍ରୟାସ କରାଯାଉ ନାହିଁ। କେବଳ ଏତିକି ନୁହେଁ, ଜିଲ୍ଲାରେ ମଲ୍‍ଟିମୋଡାଲ ଲଜିଷ୍ଟିକ୍‍ ହବ୍‍, ସରକାରୀ ମେଡିକାଲ କଲେଜ ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହ ରାଉରକେଲାରେ ବାସଗୃହର ସମସ୍ୟାର ସମାଧାନ ଇତ୍ୟାଦି କେତେକ ମୌଳିକ ଆବଶ୍ୟକତାକୁ ପୂରଣ କରିବାପାଇଁ ଆଗାମୀ ଆର୍ଥିକ ବର୍ଷରେ ବଜେଟ ଅନୁଦାନ ରାଶିରୁ ବ୍ୟୟବରାଦ କରାଯିବାର ଆବଶ୍ୟକତା ରହିଛି।

ଅଧିକ ପଢ଼ନ୍ତୁ: ୧୬୭ବରିଷ୍ଠ ନାଗରିକ ତୀର୍ଥଯାତ୍ରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe