IGNOU Bhubaneswar Regional Centre
ଭୁବନେଶ୍ବର : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ)ର ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଆହ୍ବାନ କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ କେନ୍ଦ୍ର ଅଧୀନରେ ଥିବା ୨୧ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ୮୨ଟି ଶିକ୍ଷାକେନ୍ଦ୍ର ମାଧ୍ୟମରେ ଶିକ୍ଷା ଲାଭ କରିପାରିବେ। ଯେଉଁ ଛାତ୍ରଛାତ୍ରୀମାନେ ଅନ୍ୟ କଲେଜ କିମ୍ବା ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ସେମାନେ ମଧ୍ୟ ଇଗ୍ନୋ ଦ୍ବାରା ପ୍ରଦତ୍ତ ଏକ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମାନ୍ତରାଳ ଭାବେ କରିପାରିବେ। ଅନ୍ଲାଇନ୍ ଆଡମିସନ୍ ପାଇଁ ପ୍ରାର୍ଥିମାନେ ଇଗ୍ନୋର ୱେବ୍ସାଇଟ୍ www.ignou.ac.in ମାଧ୍ୟମରେ ସବିଶେଷ ବିବରଣୀ ପାଇପାରିବେ। ଛାତ୍ରଛାତ୍ରୀମାନେ ଜୁଲାଇ ୩୧ ତାରିଖ ମଧ୍ୟରେ htttp://ignouadmission. samarth.edu.in ମାଧ୍ୟମରେ ଆବେଦନ କରିପାରିବେ। ଅନ୍ୟାନ୍ୟ ବିବରଣୀ ପାଇଁ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ବରକୁ ଇମେଲ୍ rcbhubaneswar@ignou.in କିମ୍ବା ୦୬୭୪-୨୩୦୧୩୪୮/୨୯୭୧୦୭୧ରେ ଯୋଗାଯୋଗ କରିବା ପାଇଁ ଆଞ୍ଚଳିକ ନିର୍ଦ୍ଦେଶକ ଡା. ସୁରେଶ କୁମାର ତ୍ରିପାଠୀ କହିଛନ୍ତି।
Follow Us