ଇଗ୍ନୋ ସମାବର୍ତନ ଉତ୍ସବ ଆଜି

ଇଗ୍ନୋ ସମାବର୍ତନ ଉତ୍ସବ ଆଜି

Ignou news

ଭୁବନେଶ୍ବର : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ(ଇଗ୍ନୋ)ର ୩୩ତମ ସମାବର୍ତନ ଉତ୍ସବ ସୋମବାର ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ହେବ। ନୂଆଦିଲ୍ଲୀସ୍ଥିତ ଇଗ୍ନୋର ମୁଖ୍ୟାଳୟ ସମେତ ୩୯ଟି ଆଞ୍ଚଳିକ କେନ୍ଦ୍ରରେ ଏହି ଉତ୍ସବ ଅନୁଷ୍ଠିତ ହେବ। ନୂଆଦିଲ୍ଲୀରେ ହେବାକୁ ଥିବା ଉତ୍ସବରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରିବେ। ମୁଖ୍ୟ କାର୍ଯ୍ୟାଳୟର ଉତ୍ସବ ସାଟେଲାଇଟ୍‌ ମାଧ୍ୟମରେ ସିଧାପ୍ରସାରଣ କରାଯିବ। ଏହି ସମୟରେ ଭୁବନେଶ୍ବରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ରେଳ ପ୍ରେକ୍ଷାଳୟରେ ଆୟୋଜିତ ହେବାକୁ ଉତ୍ସବରେ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଈଶାନ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରିବେ। ଭୁବନେଶ୍ବରଠାରେ ଆୟୋଜିତ ଉତ୍ସବରେ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ଆଞ୍ଚଳିକ କେନ୍ଦ୍ର ନିର୍ଦେଶକ ସୁରେଶ କୁମାର ତ୍ରିପାଠୀ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe