ଆଜିଠାରୁ ଇଗ୍ନୋ ପରୀକ୍ଷା

Advertisment
ଆଜିଠୁ ଇଗ୍ନୋ ଶେଷ ଟର୍ମ ପରୀକ୍ଷା

India.com

ଭୁବନେଶ୍ବର : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ)ର ଟର୍ମ ଏଣ୍ଡ୍‌ ପରୀକ୍ଷା ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇ ଜାନୁଆରି ୩ରେ ସରିବ। ଏହି ପରୀକ୍ଷା ପାଇଁ ୮୨୫ କେନ୍ଦ୍ର ଖୋଲାଯାଇଛି। ଏହା ବ୍ୟତୀତ ୧୬ଟି ଅନ୍ତରାଷ୍ଟ୍ରୀୟ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଏଥର ୬ ଲକ୍ଷ ୩୯ ହଜାର ୪୪୦ ଜଣ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପ୍ରବେଶ ପତ୍ର ପ୍ରେରଣ କରାଯାଇଛି। ଇଗ୍ନୋର ୱେବ୍‌ସାଇଟ୍‌ରେ ମଧ୍ୟ ସମସ୍ତ ପ୍ରବେଶ ପତ୍ରକୁ ଉପଲବ୍ଧ କରାଯାଇଛି। ଯେଉଁ ପରୀକ୍ଷାର୍ଥୀ ପ୍ରବେଶ ପତ୍ର ପାଇନାହାନ୍ତି ସେମାନେ ସିଧାସଳଖ ବିଶ୍ବବିଦ୍ୟାଳୟର ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ। ଏଥିସହ ପରୀକ୍ଷାର୍ଥୀମାନେ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରଦତ୍ତ ପରିଚୟ ପତ୍ର ସହ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିପା‌ରିବେ। ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଭିନ୍ନ ପ୍ରବେଶ ପତ୍ର ଜାରି କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe