ମହିଳା ଆଇଆଇସିଙ୍କୁ ଧକ୍କାମରା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲେ ଅରୁନ୍ଧତୀ

Advertisment
ଆଇଆଇସି-ଜୟନାରାୟଣ ମୁଥ ମରାମରି

ଦେବଗଡ଼ : ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇଆଇସି ଅନୀତା ପ୍ରଧାନଙ୍କୁ ବି‌ରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଧକ୍କା ମାରିବା ଘଟଣାରେ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବିଷୟ ପାଲଟିଛି। ଏହାକୁ ନେଇ ଶାସକ ଓ ବିରେଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ସମ୍ବଲପୁରର ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ।

ଅରୁନ୍ଧତୀ ଦେବୀ ଏହି ଘଟଣାକୁ ନିନ୍ଦା କରିବା ସହିତ ଶ୍ରୀ ମିଶ୍ର ଜଣେ ସମ୍ମାନସ୍ପଦ ପଦରେ ଥାଇ ମଧ୍ୟ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି। ଏହାସହିତ ଉକ୍ତ ଘଟଣ‌ାରେ ବିରୋଧୀ ଦଳର ନେତା ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅରୁନ୍ଧତୀ ଦେବୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଯାହାକି ବର୍ତ୍ତମାନ ରାଜନୀତି ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ପୌର ଓ ପଂଚାୟତ ନିର୍ବାଚନ ସମୟରେ ମଧ୍ୟ ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବିଜେପି ନେତାଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦେଇ ବେଶ ଚର୍ଚ୍ଚାରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe