ନିଜ ନାଁରେ ଏତଲା ‌ଦେଲେ ଆଇଆଇସି

ପତ୍ନୀହନ୍ତା ଶିକ୍ଷକ ଅଟକ

Kalinga TV

କୋରେଇ : ଏକ ଟ୍ରାକ୍ଟର ଚୋରି ଘଟଣାର ତଦନ୍ତ ବେଳେ ଦଳିତ ଦମ୍ପତିଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ମାରିବା ଅଭିଯୋଗରେ କୋରେଇ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ନିଜେ କାର୍ଯ୍ୟ କରୁଥିବା ଥାନାରେ ହିଁ ନିଜ ବିରୋଧରେ ମାମଲା ରୁଜୁ କରିଛନ୍ତି। ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିର୍ଦ୍ଦେଶରେ ଡିଏସ୍‌ପି ପ୍ରମୋଦ କୁମାର ମଲ୍ଲିକ, ଅତିରିକ୍ତ ଏସ୍‌ପି ନାରାୟଣ ବାରିକ ଏବଂ ଏସ୍‌ଡିପିଓ ସଂଜୟ କୁମାର ପଟ୍ଟନାୟକ ପ୍ରମୁଖ ଆଜି କୋରେଇ ଥାନା ଏବଂ ପୀଡ଼ିତଙ୍କ ଘରେ ପହଞ୍ଚି ଅଭିଯୋଗ ସଂପର୍କରେ ତଦନ୍ତ କରିଥିଲେ। ଏହାସହ କୋରେଇ ଥାନାର ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ୍‌ କରିଥିଲେ। ଡିଏସ୍‌ପି ପ୍ରମୋଦ କୁମାର ମଲ୍ଲିକ ଏହି ମାମଲାର ତଦନ୍ତ ଅଧିକାରୀ ଅଛନ୍ତି।

ବାଢା (ମୃତ୍ୟୁଞ୍ଜୟପୁର) ଗ୍ରାମର ଟୁନା ପ୍ରତିହାରୀଙ୍କ ଏକ ଟ୍ରାକ୍ଟର ଚୋରି ହୋଇଥିଲା। ଥାନାରେ ଅଭିଯୋଗ ପରେ ଗତ ୧୧ ତାରିଖ ରାତିରେ ବାଢା ଗ୍ରାମର ଟୁନା ପ୍ରତିହାରୀ, ଲିପୁନ ପ୍ରତିହାରୀ, ପଣ୍ତା ପ୍ରତିହାରୀ, କାଳନ୍ଦି ପ୍ରତିହାରୀ, ବଳିଆ ପ୍ରତିହାରୀ, ମଣିଆ ରଣା, ବିକାଶ ପ୍ରତିହାରୀ, ବିଶ୍ବରଂଜନ ରାଉତ ପ୍ରମୁଖ ସ୍ଥାନୀୟ ଛଞ୍ଚାଣିଆ ଗ୍ରାମର ବଳରାମ ଜେନା, ପତ୍ନୀ ଗୀତାଞ୍ଜଳି ଏବଂ ପରିବାରର ଅନ୍ୟମାନଙ୍କୁ ମାରପିଟ୍‌ କରିଥିଲେ। ସେହିରାତିରେ ସେମାନେ ବଳରାମଙ୍କୁ ଟ୍ରାକ୍ଟର ଚୋରି ସନ୍ଦେହରେ ଉଠାଇ ନେଇଥିଲେ। ବଳରାମ ଥାନାରେ ଥିବାଜାଣି ତାଙ୍କ ପତ୍ନୀ ଗୀତାଞ୍ଜଳି ପରଦିନ ସେଠାରେ ପହଞ୍ଚିବାରୁ ଥାନା ଅଧିକାରୀ ଶ୍ରୀ ମହାରଣା ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏପରିକି, ବଳରାମଙ୍କୁ ୫ ଦିନ କାଳ ଥାନାରେ ରଖି ଅକଥନୀୟ ନିର୍ଯା‌ତନା ଦିଆଯାଇଥିବା ଅଭିଯୋଗରୁ ଜଣାପଡ଼ିଛି। ତେବେ, ଚୋରି ଟ୍ରାକ୍ଟରଟି ମିଳିଯିବାରୁ ବଳରାମଙ୍କୁ ପୁଲିସ ଛାଡ଼ି ଦେଇଥିଲା।

ଏନେଇ ବଳରାମଙ୍କ ପରିବାର ଲୋକେ ଏସ୍‌ପିଙ୍କ ନିକଟରେ ଗୁହାରି କରିଥିଲେ। ପରେ ଆମ୍ବେଦକର–ଲୋହିଆ ବିଚାର ମଞ୍ଚର ମନୋରଂଜନ ଯେନାଙ୍କ ନେତୃତ୍ବରେ ଏହି ଘଟଣା ସଂପର୍କରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe