ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଆଇଆଇସି ସ୍ତରରେ କେତେକ ଅଦଳବଦଳ ହୋଇଥିବା ଜଣାଯାଇଛି। ସେଥିରୁ ବାଦ୍ ପଡ଼ିନାହାନ୍ତି ବାଲେଶ୍ୱର ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ। ତାଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କର ମୟୂରଭଞ୍ଜ ଜିଲ୍ଲାକୁ ବଦଳି ହୋଇଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ଜୁଲାଇ ୧ ତାରିଖରେ ଏକ ଜମିବାଡ଼ି ମାମଲାର ସମାଧାନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଟାଉନ ଥାନାର ଏସଆଇ ବିମଳ କର ଓ ଜଣେ ଦଲାଲ ସନ୍ତୋଷ କୁମାର ଦାସ ୨୫ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ। ଏହି ଲାଞ୍ଚ କାରବାରରେ ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ମଧ୍ୟ ସମ୍ପୃକ୍ତ ଥିବା ତଦନ୍ତ ବେଳେ ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଥିଲା। ପରେ ଆଇଆଇସିଙ୍କୁ ଭିଜିଲାନ୍ସରେ ହାଜର ହେବା ପାଇଁ ନୋଟିସ ପଠାଯାଇଥିବା ବେଳେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ରହିଛନ୍ତି।
Follow Us