ନକ୍ସଲଙ୍କ ଲାଣ୍ଡମାଇନ୍ ବିସ୍ଫୋରଣ: ଆଇଟିବିପି ଏଏସ୍ଆଇ ସହିଦ୍, ଆଉ ଜଣେ ଯବାନ ଗୁରୁତର

Advertisment
ନକ୍ସଲଙ୍କ ଲାଣ୍ଡମାଇନ୍ ବିସ୍ଫୋରଣ: ଆଇଟିବିପି ଏଏସ୍ଆଇ ସହିଦ୍, ଆଉ ଜଣେ ଯବାନ ଗୁରୁତର

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଜିଲ୍ଲାର ସୋନପୁର ଅଞ୍ଚଳରେ ଲାଣ୍ଡମାଇନ୍ ବିସ୍ଫୋରଣ ଘଟିବା ଫଳରେ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍ ହୋଇଥିବାର ଖବର ମିଳିଛି। ଏହାଛଡ଼ା ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ନାରାୟଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ସକାଳ ସାଢ଼େ ୮ଟା ସମୟରେ ୫୩ ବ୍ୟାଟାଲିୟନର ଆଇଟିବିପି ଯବାନମାନେ କମ୍ବିଂ ଅପରେସନ୍ କରୁଥିବାର ଜାଣି ନକ୍ସଲମାନେ ଲାଣ୍ଡମାଇନ୍ ବିସ୍ଫୋରଣ ଘଟାଇଥିଲେ। ଏଥିରେ ରାଜେନ୍ଦ୍ର ସିଂ ନାମକ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍ ହୋଇଛନ୍ତି। ଏହି ଲାଣ୍ଡମାଇନ୍ ବିସ୍ଫୋରଣରେ ମହେଶ କୁମାର ନାମକ ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନାରାୟଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରେ ମହେଶ କୁମାରଙ୍କୁ ଏୟାରଲିଫ୍ଟ ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଥିବା ନେଇ ନାରାୟଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସଦାନନ୍ଦ କୁମାର ସୂଚନା ଦେଇଛନ୍ତି। ଏବେ ବି ସେହି ଅଞ୍ଚଳରେ  କମ୍ବିଂ ଅପରେସନ୍ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe