ଆଇଆଇଇସି ଜାତୀୟ ସ୍ତରରେ ପୁରସ୍କୃତ

ଆଇଆଇଇସି ଜାତୀୟ ସ୍ତରରେ ପୁରସ୍କୃତ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ଏଡୁକେଶନ ଆଣ୍ଡ କେୟାର ' (ଆଇଆଇଇସି) କୁ ଜାତୀୟ ସ୍ତରରେ' ଗୁଞ୍ଜ ଦ୍ୱାରା ସ୍ଥାପିତ 'ଯୁନୁନ୍' ପୁରସ୍କାର ଗତ ଅଗଷ୍ଟ ୨୦ ତାରିଖରେ ଦିଲ୍ଲୀ ଠାରେ ପ୍ରଦାନ କରାଯାଇଛି। ବିଗତ ୨୮ ବର୍ଷ ନିରନ୍ତର ଭାବେ ଏହି ଅନୁଷ୍ଠାନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସମାଜର ଗରୀବ, ଅବହେଳିତ, ଭିନ୍ନକ୍ଷମ, ବସ୍ତି ବାସିନ୍ଦା, ଆଦିବାସୀମାନଙ୍କ ନିମନ୍ତେ ଜନହିତକର ଓ ସଶକ୍ତୀକରଣ କାର୍ଯ୍ୟକ୍ରମ କରିଆସୁଛି।

ଗତ କରୋନାର ଭୟଙ୍କର ସଙ୍କଟ ସମୟରେ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସୁରଭି ର 'ଶିକ୍ଷା ସୁରଭି ' କାର୍ଯ୍ୟକ୍ରମ ଦ୍ଵାରା ପ୍ରାୟ ଦୁଇ ଲକ୍ଷ୍ୟ ପ୍ରାଥମିକ ଛାତ୍ର ଛାତ୍ରୀଙ୍କୁ ପ୍ରତିଦିନ ପାଠ୍ୟ ବିଷୟକୁ ଅଭିନବ ଢ଼ଙ୍ଗରେ ପହଞ୍ଚାଇ ପାରିଥିଲା। ଠିକ୍ ସେହିପରି କଲେଜ୍ ବିଦ୍ୟାର୍ଥୀ ଓ ଅନ୍ୟାନ୍ୟ ଚାକିରି ପ୍ରତିଯୋଗୀ ମାନଙ୍କପାଇଁ 'ଚାଲନ୍ତୁ ଜାଣିବା ଇତିହାସ ' କାର୍ଯ୍ୟକ୍ରମ ଏକ ଆଶୀର୍ବାଦ ସ୍ୱରୂପ ପ୍ରମାଣିତ ହେଉଥିଲା। ଆଇଆଇଇସି ଏହାର କାର୍ଯକ୍ରମ ମାଧ୍ୟମରେ ଚାଷୀ ଆତ୍ମହତ୍ୟାକୁ ରୋକିବା, ସହରାଞ୍ଚଳ ରାସ୍ତାକଡ ବ୍ୟବସାୟୀମାନଙ୍କୁ ଜୀବିକା ସାହାଯ୍ୟ ଯୋଗାଇଦେବା, କରୋନା ସମ୍ପର୍କରେ ଅନ୍ଧବିଶ୍ୱାସ ଦୂର କରିବା, ଜନସାଧାରଣଙ୍କୁ କରୋନା ସେଫ୍ଟୀ କୀଟ ଓ ଅନ୍ୟାନ୍ୟ ମାର୍ଗଦର୍ଶିକା ଯୋଗାଇଦେବା ଇତ୍ୟାଦି ଅନେକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଥିଲେ। ଆଇ ଆଇ ଇ ସି ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ଼ ଶିଶିର କୁମାର ଦାସ 'ଯୁନୁନ ' ଭଳି ଜାତୀୟ ପୁରସ୍କାର କୁ ସମାଜର ଉପେକ୍ଷିତ ବର୍ଗ ଙ୍କୁ ସମର୍ପିତ କରିଛନ୍ତି ବୋଲି କହିଛନ୍ତି। ଡ ଦାସଙ୍କ ଅସୁସ୍ଥତା ଯୋଗୁଁ ତାଙ୍କର ଝିଅ ସପ୍ତପର୍ଣା ଓ ଜାମାତା ଅଂଶୁମାନ ପୁରସ୍କାର ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe