ଆଇଆଇଏଫଏଲ ସୁନା ଓ ଟଙ୍କା ଲୁଟ ଘଟଣା: ସନ୍ଦେହ ଘେରରେ ଆଇଆଇଏଫଏଲର ଉଚ୍ଚ ପଦସ୍ଥ ମହିଳା ଅଧିକାରୀ

Advertisment
ଆଇଆଇଏଫଏଲ ସୁନା ଓ ଟଙ୍କା ଲୁଟ ଘଟଣା: ସନ୍ଦେହ ଘେରରେ ଆଇଆଇଏଫଏଲର ଉଚ୍ଚ ପଦସ୍ଥ ମହିଳା ଅଧିକାରୀ

କଟକ: ରାଜ୍ୟର ଦ୍ବିତୀୟ ସର୍ବବୃହତ୍ ଲୁଟ କୁହାଯାଉଥିବା କଟକ ଆଇଆଇଏଫଏଲର ସୁନା ଓ ଟଙ୍କା ଲୁଟର ପର୍ଦ୍ଦାଫାଶ କରିବାରେ ମାତ୍ର ୫ଦିନରେ ସଫଳ ହୋଇଛି ପୁଲିସ । ପୁଲିସ ଏଥିରେ ଜଣେ ଆଇଆଇଏଫଏଲ କର୍ମଚାରୀ, ତାଙ୍କ ଭାଇ ଓ ଅନ୍ୟ ୪ଅଭିଯୁକ୍ତକୁ ଧରିଥିଲା । ଅଟକ ଥିବା ୬ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଏହା ସହ ଲାଲା ଅମ୍ରିତ ପାଖରୁ ପୁଲିସ ସୌଖୀନ କାର, ଦାମୀ ବୁଲେଟ ଜବତ କରିଛି ।

ଅନ୍ୟପକ୍ଷରେ କଟକର ବଜ୍ରକବାଟି ରୋଡ ସ୍ଥିତ ମନପୁରମ୍ ଗୋଲ୍ଡ ଲୋନ୍ ଅଫିସରେ ମଧ୍ୟ ଚଢାଉ କରାଯାଇଛି । ଚୋରି ହୋଇଥିବା ସୁନାକୁ ସେମାନେ ସେଠାରେ ଲୁଚାଇ ରଖିଥିବା ସନ୍ଦେହ କରି ଚଢାଉ ଜାରି ରହିଛି । ଜଣେ ମହିଳା କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ସହ ସଂସ୍ଥାର ଆଉ କିଛି ଅଧିକାରୀ ଏହି ଲୁଟରେ ସଂପୃକ୍ତ ଥିବା ନେଇ ପୁଲିସ ସନ୍ଦେହ କରୁଛି । ଏମାନେ ସମସ୍ତେ କଟକ ସଦର କିଶନନଗର ଓ ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ଆଇଆଇଏଫଏଲରେ ୫ବର୍ଷ ହେବ କାର୍ଯ୍ୟରତ ଥିଲେ ଓ ନିଜ ଚାକିରି କାଳରେ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ମଧ୍ୟ ରହିଥିଲେ।

ପୁଲିସ କମିସନରଙ୍କ କହିବା ଅନୁଯାୟୀ, ବ୍ୟାଙ୍କର ସବୁ ସୁରକ୍ଷା ବ୍ୟବସ୍ଥା ଅକାମି ହେବା ପଛରେ କେବଳ ଲାଲାର ହାତ ଥିଲା ନା ଅନ୍ୟ କାହାର ସଂପୃକ୍ତି ଅଛି ସେ ନେଇ ତଦନ୍ତ ଚାଲିଛି । ଏଥି ସହିତ ଅଭିଯୁକ୍ତମାନେ ବ୍ୟବହାର କରିଥିବା ବନ୍ଧୁକ ଖେଳଣା ବନ୍ଧୁକ ବୋଲି ଜଣା ପଡିବା ସହିତ ସେମାନେ ବ୍ୟବହାର କରିଥିବା ମୋଟର ସାଇକେଲକୁ ପୁଲିସ ଜବତ କରିଛି । ଏସବୁ ମଧ୍ୟରେ ସମ୍ପୂର୍ଣ୍ଣ ବ୍ୟାଙ୍କର କାର୍ଯ୍ୟକଳାପ ନେଇ ପୁଲିସର ସନ୍ଦେହ ଉପୁଜିଥିବାରୁ ପୁଲିସ ଏହି ଦିଗରେ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe