ଆଇଆଇଏଫ୍‌ଏଲ୍‌ କେଳେଙ୍କାରୀ : ୨୩ କୋଟିର ସମ୍ପତ୍ତି ଲୁଟିଛି ଭୂତ!

Advertisment

ଅଡିଟ୍‌ ଟିମ୍‌ର ଛାନଭିନ୍‌

ଅଡିଟ୍‌ ଟିମ୍‌ର ଛାନଭିନ୍‌

ରିଜର୍ଭ ବ୍ୟାଙ୍କ ଲଗାଇଲେ କଟକଣା: ସୁନା ଋଣ ‌େଦଇପାରିବନି ଆଇଆଇଏଫ୍ଏଲ୍‌ ଫାଇନାନ୍‌ସ

କଟକ : ନୟାସଡ଼କ ଆଇଆଇଏଫଏଲ୍‌ ସୁନା କେଳେଙ୍କାରୀ ମାମଲାର ଖୋଳତାଡ଼ ଆରମ୍ଭ କରିଛି ଅଡ଼ିଟ୍‌ ଟିମ୍‌। କମିସନରେଟ୍‌ ପୁଲିସର ରିକ୍ୟୁଜିସନ ଆଧାରରେ ଏକ ଘରୋଇ ଅଡିଟ୍‌ ସ˚ସ୍ଥା ଏବେ ତଦନ୍ତ ଆରମ୍ଭ କରିଛନ୍ତି। ୨୦୧୬-୨୦ ଭିତରେ ନୟାସଡ଼କ ଶାଖାରୁ ଗାଏବ୍‌ ହୋଇଥିବା ୩୯ କେଜି(୨୦ କୋଟି ଟଙ୍କା) ଓଜନର ସୁନା ଏବ˚ ୧୦ କୋଟି ଟଙ୍କାର ହିସାବ ଆରମ୍ଭ କରିଛନ୍ତି ଅଡିଟର‌୍‌। ୪ ବର୍ଷ ଭିତରେ ସ˚ସ୍ଥାରେ ୪ ଥର ଅଡିଟ୍‌ ହୋଇଥିବାବେଳେ ପ୍ରତ୍ୟେକ ବର୍ଷ ଆଇଆଇଏଫ୍‌ଏଲର ଅଡିଟର‌୍‌ଙ୍କୁ କିଣାଯାଇ ଆସୁଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି। ଆସିଷ୍ଟାଣ୍ଟ ମ୍ୟାନେଜର ତଥା ଗୋଲଡ୍‌ ଆପ୍ରାଇଜର‌୍‌ ଲାଲା ଅମୃତ ସାଗର ରାୟ ଅଡିଟର‌୍‌ଙ୍କୁ କିଣିବା ସହିତ ସୁନା ଓ ଟଙ୍କା କେଳେଙ୍କାରୀ ଘୋଡ଼ାଇବା ପାଇଁ ନିଜ ଢଙ୍ଗରେ ରିପୋର୍ଟ ପ୍ରସ୍ତୁତ କରିଥିବା ପୁଲିସ ହାତରେ ପ୍ରମାଣ ଲାଗିଛି। ପୁଲିସ ନିଜ ଆଡ଼ୁ ଯେଉଁ ଅଡିଟ୍‌ ଆରମ୍ଭ କରିଛି ଏଥିରେ ୧୦ରୁ ଅଧିକ ଅଡିଟର ଗିରଫ ହେବାର ସମ୍ଭାବନା ରହିଛି। ମୋଟାମୋଟି ଭାବେ ୪୫ କୋଟି ଟଙ୍କାର ସମ୍ପତ୍ତିରୁ ୮ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ବେଳେ ଅବଶିଷ୍ଟ ୨୩ କୋଟିର ହିସାବ ମିଳିପାରି ନାହିଁ।

କମିସନରେଟ୍‌ ପୁଲିସର ରିପୋର୍ଟ ଅନୁଯାୟୀ, ନୟାସଡ଼କ ଆଇଆଇଏଫଏଲ୍‌ ଫାଇନାନ୍ସରୁ ନଭେମ୍ବର ୧୯ ତାରିଖରେ ଲୁଟ୍‌ ମାମଲାରେ ପୁଲିସ ବର୍ତ୍ତମାନ ସୁଦ୍ଧା ମୋଟ ୧୫ ଜଣଙ୍କୁ ଗିରଫ କରିସାରିଲାଣି। ଏହି କେଳେଙ୍କାରୀର କାର୍ପଟଦାର ଲାଲା ଅମୃତ ସାଗର ସମେତ ଆଇଆଇଏଫଏଲ୍‌ ମ୍ୟାନେଜର ସତ୍ୟମ୍‌ ପ୍ରଧାନ, ଗୋଲଡ୍‌ ଆପ୍ରାଇଜର‌୍‌ ନୀଳିମା ଲେଙ୍କା, ୬ ଜଣ ଡକାୟତ ଏବ˚ ଦୁଇ ବଣିଆ ଗିରଫ ହୋଇସାରିଲେଣି। ପୁଲିସ ମାମଲା ବନ୍ଦ କରିବାକୁ ବସିଥିବା ବେଳେ ଏବେ ନୟାସଡ଼କ ଶାଖା ପାଇଁ ପୁଣି ଅଡ଼ୁଆ ବଢ଼ିଗଲାଣି। ପୁଣେରେ ଥିବା ଆଇଆଇଏଫଏଲର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ନୟାସଡ଼କ ଶାଖାର ୫ ଜଣ କର୍ମଚାରୀଙ୍କ ବିରୋଧରେ ସୁନା ଓ ଟଙ୍କା ହେରଫେର‌୍‌ ଭଳି ସ˚ଗିନ ଅଭିଯୋଗ ଆଣିଛି। ଏଥିରେ ଉପରୋକ୍ତ ୩ ଜଣ ଥିବା ବେଳେ ଆହୁରି ୨ ଜଣଙ୍କ ନାଁ ବି ସାମନାକୁ ଆସିଛି। ତେଣୁ ପୁଲିସ ଲାଲା, ନୀଳିମା, ସତ୍ୟମ୍‌କୁ ରିମାଣ୍ତରେ ଆଣିବାକୁ ନିଷ୍ପତ୍ତି ନେଇଛି। ପୁଣେ କାର୍ଯ୍ୟାଳୟ ବାଦ୍‌ ୫ ଜଣ ଜମାକାରୀ ମୁହଁ ଖୋଲିଛନ୍ତି। ସେମାନଙ୍କ ସୁନା ଅଳଙ୍କାର ଗାଏବ୍‌ ହେବା ସହିତ ଶାଖାରେ କୌଣସି ଆକାଉଣ୍ଟ ନ ଥିବାବେଳେ ତାଙ୍କ ପରିଚୟପତ୍ର ବ୍ୟବହାର କରି ସୁନା ବନ୍ଧକ ରଖି ଟଙ୍କା ନିଆଯାଇଥିବା ଭଳି ସ˚ଗିନ ଅଭିଯୋଗ ଆଣିବା ପରେ କେଳେଙ୍କାରୀର ଚେର ଆହୁରି ଭିତରକୁ ଯାଇଥିବା କୁହାଯାଉଛି।

ଆଇଆଇଏଫ୍‌ଏଲର ଏତଲା ଆଧାରରେ ୩୯ କେଜି ସୁନା ଗାଏବ୍‌ ହୋଇଥିବା ଦାବି କରାଯାଉଥିବା ବେଳେ ପୁଲିସ ହାତରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୫ କେଜି ସୁନା(୭ କୋଟି ୫୦ ଲକ୍ଷ) ଜବତ ହୋଇଛି। ଆହୁରି ୨୪ କେଜି ସୁନାର ପତ୍ତା ମିଳୁନାହିଁ। ଟଙ୍କା ବି ସେଭଳି ୧୦ କୋଟି ଟଙ୍କା ହେରଫେର‌୍‌ ହୋଇଥିବା କୁହାଯାଉଥିବାବେଳେ ପୁଲିସ ଆଜି ସୁଦ୍ଧା ମାତ୍ର ୨୫ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଆହୁରି ୯ କୋଟି ୭୫ ଲକ୍ଷ ଟଙ୍କାର ହିସାବ ମିଳୁନାହିଁ। ପୁଲିସ ଯେଉଁ ୪ଟି ବାଇକ୍‌ ଓ ୩ଟି କାର‌୍‌ ଜବତ କରିଛି। ଏସବୁ ଲୁଟ୍‌ ସମ୍ପତ୍ତିରେ ହିଁ କିଣିଯାଇଥିଲା। ଲୁଟ୍‌ ସମ୍ପତ୍ତିରେ ଆହୁରି ଗାଡ଼ି କିଣାଯାଇଥିବା ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe