ଦେଶର ଶ୍ରେଷ୍ଠ ସରକାରୀ ବି-ସ୍କୁଲ୍ ତାଲିକାରେ ଆଇଆଇଏମ୍‌ ସମ୍ବଲପୁର, ୧୮ତମ ସ୍ଥାନରେ

Advertisment
ଦେଶର ଶ୍ରେଷ୍ଠ ସରକାରୀ ବି-ସ୍କୁଲ୍ ତାଲିକାରେ ଆଇଆଇଏମ୍‌ ସମ୍ବଲପୁର, ୧୮ତମ ସ୍ଥାନରେ

ସମ୍ବଲପୁର : ‘ବିଜ୍‌ନେସ୍‌ୱାର୍ଲଡ୍‌’ ଅକ୍ଟୋବର ୨୨ ସଂଖ୍ୟାରେ ପ୍ରକାଶିତ ଦେଶର ଶ୍ରେଷ୍ଠ ସରକାରୀ ବି-ସ୍କୁଲ୍ ତାଲିକାରେ ଆଇଆଇଏମ୍‌ ସମ୍ବଲପୁରକୁ ୧୮ତମ ସ୍ଥାନ ମିଳିଛି। ସେହିପରି ସାମଗ୍ରିକ ତାଲିକାରେ ଏହା ୩୪ ତମ ସ୍ଥାନରେ ରହିଛି। ଶ୍ରେଷ୍ଠ ବି-ସ୍କୁଲ୍ ତାଲିକାରେ ଆଇଆଇଏମ୍‌ ଅହମ୍ମଦାବାଦ, ଆଇଆଇଏମ୍‌ କୋଲକାତା ଓ ଆଇଆଇଏମ୍ ଲକ୍ଷ୍ନୌ ଯଥାକ୍ରମେ ଶ୍ରେଷ୍ଠ ତିନି ସ୍ଥାନରେ ରହିଛନ୍ତି। ଦେଶରେ ନୂଆ ଖୋଲିଥିବା ତୃତୀୟ ପିଢ଼ିର ଆଇଆଇଏମ୍‌ ଗୁଡ଼ିକ ମଧ୍ୟରେ ସମ୍ବଲପୁର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଦ୍ରୁତ ବିକଶିତ ଅନୁଷ୍ଠାନ ଭାବେ ନିଜକୁ ପ୍ରମାଣିତ କରିଛି।

ପାଠ୍ୟକ୍ରମ, ନିଯୁକ୍ତି, ଗବେଷଣା, ସଂଦର୍ଭ ପ୍ରକାଶନ ଓ ଅଧ୍ୟାପକ ମାନଙ୍କୁ ବିଚାରକୁ ନିଆଯାଇ ବିଜ୍‌ନେସ୍‌ୱାର୍ଲଡ୍‌ ତରଫରୁ ଏହି ମାନ୍ୟତା ତାଲିକା ପ୍ରସ୍ତୁତ କରାଯାଇଛି। ଗତ ୫ ବର୍ଷ ହେଲା ଏହି ପତ୍ରିକା ଏଭଳି ମାନ୍ୟତା ପ୍ରକାଶ କରି ଆସୁଛି। ଆଇଆଇଏମ୍‌ ସମ୍ବଲପୁର ଭାରତ ସରକାରଙ୍କ ସହ ଏମ୍‌ଓୟୁ ସ୍ବାକ୍ଷର କରି ଏହାର ଇନ୍‌କ୍ୟୁବେସନ୍ ସେଣ୍ଟର ଆରମ୍ଭ କରିଛି। ଏହା ମଧ୍ୟ ଦେଶର ପ୍ରଥମ ଅନୁଷ୍ଠାନଭାବେ ଫ୍ଲିପ୍‌ଡ କ୍ଲାସ୍‌ରୁମ୍ ବ୍ୟବସ୍ଥା ଆରମ୍ଭ କରିଛିି। ଇନୋଭେସନ୍, ଇନ୍‌କ୍ଲୁଜନ୍ ଓ ଇଣ୍ଟିଗ୍ରିଟିକୁ ପାଥେୟ କରିଥିବା ମାତ୍ର ୫ ବର୍ଷର ଏହି ତରୁଣ ଅନୁଷ୍ଠାନ ସବୁ କ୍ଷେତ୍ରରେ ନିଜର ସ୍ବତନ୍ତ୍ରତା ବଜାୟ ରଖି ଦେଶର ‌ଏକ ଶ୍ରେଷ୍ଠ ବି-ସ୍କୁଲ୍ ଭାବେ ମୁଣ୍ଡ ଟେକିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe