ବ୍ୟକ୍ତିଗତ ଏବଂ ସାମାଜିକ ସୁସ୍ଥତା ନିମନ୍ତେ ଯୋଗର ଭୂମିକା ଅନସ୍ବୀକାର୍ଯ୍ୟ: ଆଶୁତୋଷ ବିଶ୍ବାସ

Advertisment

ଏମ୍‌ସ ଭୁବନେଶ୍ୱରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଏମ୍‌ସ ଭୁବନେଶ୍ୱରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ୟକ୍ତିଗତ ଏବଂ ସାମାଜିକ ସୁସ୍ଥତା ନିମନ୍ତେ ଯୋଗର ଭୂମିକା ଅନସ୍ବୀକାର୍ଯ୍ୟ: ଆଶୁତୋଷ ବିଶ୍ବାସ

ଭୁବନେଶ୍ୱର: ବ୍ୟକ୍ତିଗତ ତଥା ସାମାଜିକ କଲ୍ୟାଣ କ୍ଷେତ୍ରରେ ଯୋଗର ଭୂମିକା ଅନନ୍ୟ। ସ୍ଵଂୟ ଏବଂ ସାମାଜିକ ସୁସ୍ଥତା ଆଣିବାରେ ଯୋଗ ବିପ୍ଳବ ଆଣିଛି କହିଲେ ଅତ୍ୟୁକ୍ତି ହେବ ହେବ ନାହିଁ। ଯାହାକି ତୃଣମୂଳ ସ୍ତରର ଅଂଶଗ୍ରହଣକୁ ଉତ୍ସାହିତ କରିବା ସହିତ ଗ୍ରାମାଞ୍ଚଳରେ ଯୋଗର ବିସ୍ତାର ଘଟିଥିବା ମତବ୍ୟକ୍ତ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଏକ ବାର୍ତ୍ତା ମାଧ୍ୟମରେ ଡ. ବିଶ୍ୱାସ ଯୋଗ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆଦୃତ ଲାଭ କରିବା ସହିତ ଶରୀର ଉପରେ ଯୋଗର ଗଭୀର ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ।

ଆଜି ଏମ୍‌ସ ପରିସରରେ ଆୟୁଷ ବିଭାଗ ପକ୍ଷରୁ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। "ସ୍ଵଂୟ ତଥା ସମାଜ ପାଇଁ ଯୋଗ" ବିଷୟବସ୍ତୁ ସହିତ ଆୟୋଜିତ ସ୍ୱତନ୍ତ୍ର ଯୋଗ ଅଧିବେଶନରେ ଡିନ୍‌ ଡ. ପି ଆର୍‌ ମହାପାତ୍ର, ଭାରପ୍ରାପ୍ତ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଅଭିଜିତ ସରକାର, ଆୟୁଷ ବିଭାଗ ମୁଖ୍ୟ ତଥା ଏସ୍‌ଏମଓ ଡ. ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗାଭ୍ୟାସ କରିଥିଲେ। ବିଭିନ୍ନ ବିଭାଗୀୟ ମୁଖ୍ୟ, ଅଧ୍ୟାପକ/ଅଧ୍ୟାପିକା, ଡାକ୍ତରୀ/ନର୍ସିଂ/ପାରା-ମେଡିକାଲ୍ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଯୋଗ ପ୍ରଶିକ୍ଷକ ସନ୍ତୋଷ କୁମାର ସାହୁ ଯୋଗାଭ୍ୟାସ କରାଇଥିବାବେଳେ ଡ. ଅଜିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

publive-image

ଏଥିସହିତ ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, ଏମ୍ସ ଭୁବନେଶ୍ୱରର ଓପିଡି ପରିସରରେ ମଧ୍ୟ ଯୋଗ ଅଧିବେଶନ ଆୟୋଜିତ ହୋଇଥିଲା। ଆରୋଗ୍ୟ ପ୍ରକ୍ରିୟାକୁ ଶୀଘ୍ର ଏବଂ ଉନ୍ନତ କରିବା, ନିଜକୁ ଶାନ୍ତ ରଖିବା ତଥା ମାନସିକ ଚାପ/ଅବସାଦକୁ ନିୟନ୍ତ୍ରଣ କରିବାରେ ଯୋଗ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ। ଅସ୍ତ୍ରୋପଚାର ପରବର୍ତ୍ତୀ ଅବସ୍ଥାରେ ତ୍ବରିତ ଆରୋଗ୍ୟ ପ୍ରଦାନରେ ମଧ୍ୟ ଯୋଗର ଭୂମିକା ଅନସ୍ବିକାର୍ଯ୍ୟ। ଏଥିନିମନ୍ତେ ଏମ୍‌ସ ଭୁବନେଶ୍ୱର ଲୋକଙ୍କ ମଧ୍ୟରେ ଯୋଗର ପ୍ରଚାର ପ୍ରସାର ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛି। ଆହୁରି ମଧ୍ୟ, ଚାପ ଏବଂ କାର୍ଯ୍ୟଭାର କମାଇବା ପାଇଁ କାର୍ଯ୍ୟକ୍ଷେତ୍ରରେ ଯୋଗାଭ୍ୟାସ ଭଳି ନିଆରା କାର୍ଯ୍ୟକ୍ରମର ପ୍ରବର୍ତ୍ତନ କରିଛି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe