ଗଣେଶ ପୂଜା ଭୋଗ ଖାଇ ୭୫ରୁ ଉର୍ଦ୍ଧ୍ବ ଅସୁସ୍ଥ

Advertisment
ଗଣେଶ ପୂଜା ଭୋଗ ଖାଇ ୭୫ରୁ ଉର୍ଦ୍ଧ୍ବ ଅସୁସ୍ଥ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଷାଡ଼ ଗାଁରେ ମଙ୍ଗଳବାର ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜାରେ ଚୁଡ଼ା ଭୋଗ କରାଯାଇଥିଲା। ଗତକାଲିର ଚୁଡ଼ା ଭୋଗ ବଳିଯିବାରୁ ଆଜି ଗ୍ରାମବାସୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ଭୋଗ ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ବାନ୍ତି ହେବାରୁ ପ୍ରାୟ ୫୦ରୁ ଅଧିକ ଶିଶୁ, ମହିଳା ଓ ପୁରୁଷଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ଶିଶୁ ଓ ୯ ଜଣ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବେ ବି ଗାଁରୁ ଆମ୍ବୁଲାନ୍ସରେ ରୋଗୀ ବୁହା ହେଉଛନ୍ତି।

ସେହିପରି ବାଲେଶ୍ୱରରେ ବି ସମାନ ଘଟଣା ଘଟିଛି | ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଧୀନ ସରସତିଆ ଗାଁରେ ଗଣେଶପୂଜା ଭୋଗଖାଇ ୨୫ରୁ ଅଧିକ ଅସୁସ୍ଥ ହେବାର ସୂଚନା ମିଳିଛି। ଅସୁସ୍ଥଙ୍କ ସଂଖ୍ୟା ବଢିବାର ଆଶଙ୍କା କରି ୫ଜଣିଆ ମେଡିକାଲ ଟିମ୍ ସେଠାରେ ପହଞ୍ଚି ସାମାନ୍ୟ ଅସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଅନୁଧ୍ୟାନ ସହ ପ୍ରାଥମିକ ଚିକିତ୍ସା ଜାରି ରହିଛି। ଅସୁସ୍ଥଙ୍କୁ ଗୋପାଳପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମିଳିଥିବା ସୂଚନା ମୁତାବକ ଗତକାଲି ଗ୍ରାମରେ ହୋଇଥିବା ଗଣେଶ ପୂଜାରେ ଜେନାସାହିର ଲୋକେ ଭୋଗ ଖାଇଥିଲେ। ରାତ୍ରିରେ ଭୋଗ ଖାଇଥିବା ଅଧିକାଂଶ ବ୍ୟକ୍ତିଙ୍କ ଦେହ ଖରାପ ହୋଇଥିଲା। ମୁଣ୍ଡବିନ୍ଧା ,ବାନ୍ତି ଓ କିଛି ବ୍ୟକ୍ତିଙ୍କୁ ତରଳ ଝାଡା ହୋଇଥିଲା। ଅତ୍ୟଧିକ ଅସୁସ୍ଥ ହେବାରୁ ସେମାନଙ୍କୁ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ମେଡିକାଲ ଟିମ୍ ସରସତିଆ ଗାଁରେ ପହଞ୍ଚି ଅନ୍ୟବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe