ଭଙ୍ଗାହେବ ସବୁ ବେସରକାରୀ ବ୍ୟାରିକେଡ୍

Advertisment
ଭଙ୍ଗାହେବ ସବୁ ବେସରକାରୀ ବ୍ୟାରିକେଡ୍

Dhaka Tribune

ଭୁବନେଶ୍ବର : ଗାଁ ଲୋକେ ବ୍ୟାରିକେଡ୍ କରିପାରିବେନି। ଗ୍ରାମବାସୀଙ୍କ ଦ୍ୱାରା କରାଯାଉଥିବା ବ୍ୟାରିକେଡ୍ ବେଆଇନ୍। କେବଳ ପ୍ରଶାସନ ବ୍ୟତୀତ ଆଉ କାହାକୁ ଏ ନେଇ ଅନୁମତି ଦିଆଯାଇପାରିବ ନାହିଁ।

ଆଜି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ସବୁ ଜିଲ୍ଲାପାଳଙ୍କୁ ଏଭଳି ନିର୍ଦେଶ ଦେଇଛନ୍ତି। ମୁଖ୍ୟସଚିବ କହିଛନ୍ତି ଯେ ନିର୍ମାଣ ହୋଇଥିବା ବେଆଇନ୍ ବ୍ୟାରିକେଡକୁ ତୁରନ୍ତ ହଟାଅ। ଗାଁ ଓ ପଞ୍ଚାୟତରେ ଲୋକେମାନେ ବିଭିନ୍ନ ସ୍ଥାନରେ ବେଆଇନ୍ ବ୍ୟାରିକେଡ୍ କରିବା ଫଳରେ ମାଲ ପରିବହନ ଏବଂ ଓ ଶ୍ରମିକଙ୍କ ଯିବା ଆସିବାରେ ବାଧା ସୃଷ୍ଟି କରୁଛି।

ଆଜି ଲୋକସେବା ଭବନରେ ଏକ ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟସଚିବ କହିଥିଲେ ଯେ କରୋନା ବିରୋଧରେ ଲଢେଇ ଏକ ଲମ୍ବା ସଂଗ୍ରାମ। ଏହାର ସ୍ଥିତି ବଦଳିବା ସହିତ ଆମର ରଣନୀତି ବଦଳାଇବାକୁ ହେବ। ଆର୍ଥିକ କାର୍ଯ୍ୟକଳାପ ଓ ଲୋକଙ୍କ ହାତକୁ ଅର୍ଥ ଆସିବା ଗୁରୁତ୍ବପୂର୍ଣ୍ଣ। ବିଶେଷକରି ଗ୍ରାମାଞ୍ଚଳ, ଶିଳ୍ପାଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ ବଢାଇବାକୁ ହେବ।

ସଂପ୍ରତି କୃଷି କାର୍ଯ୍ୟ, ସାର, ବିହନ ଆଦିର ପରିବହନ, କୃଷି ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ଆଦିକୁ କଟକଣା ମୁକ୍ତ କରାଯାଇଛି। ଗ୍ରାମ୍ୟ ଉନ୍ନୟନ, ପୂର୍ତ, ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଆଦି ବିଭାଗର କାର୍ଯ୍ୟ ମଧ୍ୟ ଚାଲିବ। ସେଥିପାଇଁ ଶ୍ରମିକଙ୍କ ଯାତାୟତ ଓ ମାଲ ପରିବହନକୁ ସ୍ବାଭାବିକ କରିବାକୁ ହେବ। କେନ୍ଦୁପତ୍ର ତୋଳା, ଚାରାରୋପଣ, ଜଙ୍ଗଲ ସୃଷ୍ଟି, ନର୍ସରି କାର୍ଯ୍ୟ କଟକଣାମୁକ୍ତ ହୋଇଛି। ଗ୍ରାମାଞ୍ଚଳରେ ଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ସହ ବିଭିନ୍ନ ଶିଳ୍ପାଞ୍ଚଳରେ ପୂର୍ଣ୍ଣ ଉତ୍ପାଦନ ବା ଉତ୍ପାଦନ ପ୍ରକ୍ରିୟାକୁ କଟକଣା ମୁକ୍ତ କରାଯାଇଛି। ବିଭିନ୍ନ ଶିଳ୍ପ ସଂଘ, ପରିବହନ ସଂଘ ଓ ବ୍ୟାବସାୟିକ ସଂଘର ବୈଠକ ତୁରନ୍ତ ଡକାଇବାକୁ ମୁଖ୍ୟସଚିବ ନିର୍ଦେଶ ଦେଇଛନ୍ତି। ଓଡ଼ିଶାର ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲା ଶ୍ରମିକ ଏବଂ ଠିକାଦାରଙ୍କ ଯାତାୟତ କଟଣାମୁକ୍ତ କରାଯାଇଛି। କର୍ମଚାରୀମାନେ ମଧ୍ୟ ନିଜ ଗାଡ଼ିରେ ଯାତାୟତ କରିପାରିବେ। ମନରେଗା କାର୍ଯ୍ୟ ତ୍ବରାନ୍ବିତ ଲାଗି ମଧ୍ୟ ନିର୍ଦେଶ ଦିଆଯାଇଥିଲା।

ଏହି ବୈଠକରେ ଉନ୍ନୟନ କମିସନର ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା, କୃଷି ସଚିବ ସୌରଭ ଗର୍ଗ, ପଞ୍ଚାୟତିରାଜ ସଚିବ ଦେଓରଂଜନ ସିଂ, ଅର୍ଥ ସଚିବ ଅଶୋକ ମୀନା, ପୂର୍ତ ସଚିବ କ୍ରିଷନ୍ କୁମାର ଓ ଶିଳ୍ପ ସଚିବ େହମନ୍ତ ସଚିବ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe