ମରିଚମାଳ ପଥରକୁଆଁରୀରେ ବେଆଇନ ବ୍ଲାଷ୍ଟିଂ,୨ ଗୁରୁତର

Advertisment
ମରିଚମାଳ ପଥରକୁଆଁରୀରେ ବେଆଇନ ବ୍ଲାଷ୍ଟିଂ,୨ ଗୁରୁତର

Patrika

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅନ୍ତର୍ଗତ ମରିଚମାଳ ପଥରକୁଆଁରୀରେ ଆଜି ବେଆଇନ ପଥର ବ୍ଲାଷ୍ଟିଂ ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ମାଥଲପୁଟ ସିଏଚସି ଓ ପରେ କୋରାପୁଟ ବଡ଼ ମେଡିକାଲକୁ ଆଣି ଭର୍ତ୍ତି କରାଯାଇଛି। ସେମାନେ ହେଲେ ମରିଚମାଳ ଗାଁ ହରି ପାଙ୍ଗୀ(୩୨) ଓ ସାଧୁ ଖରା (୩୮)। ହରିଙ୍କ ମୁଣ୍ଡରେ ଗଭୀର ମାଡ ବାଜିଥିବାବେଳେ ସାଧୁଙ୍କ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ମୁତାବକ, ଦୀର୍ଘ ଦିନ ହେଲା ମରିଚମାଳରେ ରହିଥିବା ଏକ ପଥର କୁଆଁରୀରେ ବେଆଇନ ଭାବେ ବ୍ଲାଷ୍ଟିଂ ଚାଲିଥିଲା। ଆଜି ଅପରାହ୍ନରେ ବ୍ଲାଷ୍ଟିଂବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ବ୍ଲାଷ୍ଟିଂବେଳେ ପଥରକୁଆଁରୀରୁ ପଥର ବାଜି ଏମାନେ ଗୁରୁତର ହୋଇଥିଲେ। ଏହାପରେ ପରିବରବର୍ଗ ସେମାନଙ୍କୁ ପ୍ରଥମେ ମାଥାଲପୁଟ ପରେ କୋରାପୁଟ ବଡ ମେଡିକାଲକୁ ଆଣିଥିବା ଜଣାପଡିଛି। ତେବେ ସବୁଠୁ ବଢ କଥା ହେଲା ଦୀର୍ଘ ଦିନ ହେଲା ଦାମନଯୋଡି ଥାନା ଅନ୍ତର୍ଗତ ଏହି ମରିଚମାଳରେ ବେଆଇନ ବ୍ଲାଷ୍ଟିଂ ଚାଲିଥିଲା। ନିୟମିତ ବ୍ୟବଧାନରେ ପଥର ଫୁଟାଯାଉଥିବାବେଳେ କିପରି ଜାଣି ପାରିଲେନି ପୁଲିସ। କିପରି କୋରାପୁଟ ତହସିଲ ଅନ୍ତର୍ଗତ ଏହି ଅଞ୍ଚ‌ଳରେ ବେଆଇନ ବ୍ଲାଷ୍ଟିଂ ହେଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ସବୁଠୁ ବଡ କଥା ହେଲା ଏହି ଦୁଇ ଜଣ ଯୁବକ କିପରି ଓ କେଉଁଠୁ ବିସ୍ଫୋରକ ଆଣିଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ବିସ୍ଫୋରଣ ବେଳେ ବଡ ଶବ୍ଦ ହେଉଥିବାବେଳେ କିପରି ଥାନା କତ୍ତୃପକ୍ଷ, କୋରାପୁଟ ତହସିଲଦାର ଓ କୋରାପୁଟ ଜିଲ୍ଲା ପ୍ରଶାସନ ଜାଣିପାରିଲେନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏବେ ଅଘଟଣ ଘଟିବା ପରେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

publive-image

ଏନେଇ କୋରାପୁଟ ତହସିଲଦାର ରଞ୍ଜନ କୁମାର ମାନସେଠ୍‌ କହିଛନ୍ତି ଯେ ମରିଚମାଳ କୌଣସି ପଥର କୁଆଁରୀକୁ ଅନୁମତି ଦିଆଯାଇନାହିଁ। ଦୂର୍ଗାପୂଜା ଛୁଟି ଚାଲିଥିବାରୁ ଏହାର ସୁଯୋଗ ନେଇ ଏପରି କାଣ୍ଡ କରିଥାଇପାରନ୍ତି। ଏନେଇ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe