ଜଗନ୍ନାଥପ୍ରସାଦ ବ୍ଲକ୍ ଅଧୀନ ବିଭିନ୍ନ ଇଲାକାରେ ମାଳ ମାଳ ବେଆଇନ୍ ଇଟା ଭାଟି, ପ୍ରଶାସନ ଜାଣି ବି ଅଜଣା

ଜଗନ୍ନାଥପ୍ରସାଦ ବ୍ଲକ୍ ଅଧୀନ ବିଭିନ୍ନ ଇଲାକାରେ ମାଳ ମାଳ ବେଆଇନ୍ ଇଟା ଭାଟି, ପ୍ରଶାସନ ଜାଣି ବି ଅଜଣା

ଜଗନ୍ନାଥପ୍ରସାଦ: ଜଗନ୍ନାଥପ୍ରସାଦ ବ୍ଲକ୍ ଅଧୀନ ବିଭିନ୍ନ ଇଲାକାରେ ବେଆଇନ୍ ମାଟି ଇଟା ଭାଟି ଗଢ଼ି ଉଠିଲାଣି। ‌କେଉଁଠି ତୋଟା ତ ଆଉ କେଉଁଠି ବିଲ ନିକଟରେ ଭାଟି ନିର୍ମାଣ ହେଉଥିବା ବେଳେ ଇଟା ପୋଡ଼ା ଯାଉଛି। ଜିରାବାଡ଼ି, ଲେପା, ମଳିଙ୍ଗୀ, ରାଣୀଭୁମି, କଇଥପୋଲି ଓ ଚାରିକୋଣିଆ ଭଳି ଅଞ୍ଚଳରେ ଦେଖିବାକୁ ମିଳୁଛି ଶତାଧିକ ବେଆଇନ ମାଟି ଇଟା ଭାଟି। ଲେପା ଗ୍ରାମ ନିକଟରେ ଥିବା ଆମ୍ବ ତୋଟା ମଧ୍ୟରେ ହିଁ ଇଟା ଭାଟି ଗଢ଼ି ଉଠିଛି। ତେବେ ବର୍ଷ ବର୍ଷ ସଂଖ୍ୟା ଧରି ମାଫିଆ ମାନେ ଏଭଳି ଭାଟି ଚଳାଇଆସୁଛନ୍ତି। ଏମାନଙ୍କ ପାଖରେ କୌଣସି ଅନୁମତି ପତ୍ର କି, ଆଇନଗତ ପ୍ରମାଣପତ୍ର ନାହିଁ। କିନ୍ତୁ ଦୁଃଖର କଥା ହେଲା, ପ୍ରଶାସନ ଜାଣି ବି ଅଜଣା ପାଲଟିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ ତ ଦୂରର କଥା, ବ୍ଲକ୍‌ର ବିଭିନ୍ନ ଇଲାକାରେ କେତେ ଇଟା ଭାଟି ଅଛି ଏନେଇ କୌଣସି ସୂଚନା ନାହିଁ।

publive-image

ସବୁଠୁ ଉଦବେଗର ବିଷୟ ହେଲା, ମାଟି ଇଟା ଭାଟିକୁ ଗ୍ରୀନ୍ ଟ୍ରିବ୍ୟୁନାଲ୍ ବେଆଇନ୍ ଘୋଷଣା କରିଥିଲେ ହେଁ, ଏହାର ପ୍ରଭାବ ପଡ଼ିନି। ଇଟା ପୋଡ଼ିବା ଲାଗି କାଠ, କୋଇଲା ଓ ଚସୁ ବ୍ୟବହାର କରାଯାଉଛି। ଫଳରେ ପରିବେଶ ପ୍ରଦୂଷଣ ହେବା ସାଙ୍ଗକୁ ଜନସାଧାରଣ ଅଣନିଃଶ୍ବାସୀ ପାଲଟିଛନ୍ତି। ବିଶେଷକରି ପ୍ରତି ବର୍ଷ ନଭେମ୍ବରରୁ ମେ' ମାସ ପର୍ଯ୍ୟନ୍ତ ସ୍ଥିତି ଶୋଚନୀୟ ପାଲଟୁଛି। ତେବେ ଆସ୍‌ପଣ୍ଡ୍ ସିମେଣ୍ଟ୍ ଇଟା ମୂଲ୍ୟଠୁ ମାଟି ଇଟା କମ୍ ରହୁଥିବାରୁ ଏହାର ବହୁଳ ମାତ୍ରାରେ ବ୍ୟବହାର ହେଉଛି। ଆଉ ଏହାକୁ ବିକି ମାଫିଆ ମାଲାମାଲ୍ ହେଉଛନ୍ତି। ଏଥିରେ ବାହାର ରାଜ୍ୟର ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ହିଟାଚିରେ ମାଟି ଖୋଲାଯିବା ସହ ଜଙ୍ଗଲରୁ କାଠ ଓ ନଦୀର ବାଲି ବ୍ୟବହାର ହେଉଛି। ଧୂଆଁରେ ଦିନ ବେଳା କୁହୁଡ଼ିର ଭ୍ରମ ସୃଷ୍ଟି ହେବା ସହ ପରିବେଶ ପ୍ରଦୂଷିତ ହେଉଛି।

କରୋନା ମୁକାବିଲାରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ ମାଫିଆ ମାନେ ସେମାନଙ୍କ ବେଆଇନ୍ ସାମ୍ରାଜ୍ୟକୁ ବିସ୍ତାର କରିବାରେ ଲାଗୁଛନ୍ତି। ଖାଲି ଏତିକି ନୁହେଁ, ରାଜସ୍ବ କର୍ମଚାରୀଙ୍କ ସହ ସଲାସୁତୁରାରେ ଇଟାଭାଟି ଚାଲୁଥିବା ଅଭିଯୋଗ ହୋଇଛି। କେବଳ ଉପରଦେଖାଣିଆ ଚଢ଼ଉ କରି ଅଧିକାରୀ ମାନେ ରସିଦ୍ କାଟି ଦେଇ ନିରବଦ୍ରଷ୍ଟା ପାଲଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe