ମୟୂରଭଞ୍ଜ ଜିଲ୍ଲାରେ ବଢ଼ୁଛି ବେଆଇନ ଗୋଚାଲଣ : ଗୋଟିଏ ଦିନରେ ୩ ଗୋରୁ ବୋଝେଇ ପିକଅପ୍ ଗାଡି ଜବତ

ମୟୂରଭଞ୍ଜ ଜିଲ୍ଲାରେ ବଢ଼ୁଛି ବେଆଇନ ଗୋଚାଲଣ : ଗୋଟିଏ ଦିନରେ ୩ ଗୋରୁ ବୋଝେଇ ପିକଅପ୍ ଗାଡି ଜବତ

ବାରିପଦା: ଆଜି ଗୋଟିଏ ଦିନରେ ବାରିପଦା ଟାଉନ୍ ଏବଂ ସଦର ଥାନା ଅଞ୍ଚଳରୁ ୩ଟି ଗୋରୁ ବୋଝେଇ ପିକଅପ ଗାଡି ଜବତ କରାଯାଇଛି। ଆଜି ଅପରାହ୍ନରେ ସଦର ଥାନା ପକ୍ଷରୁ ବଡ଼ସାହି ଥାନା ଅଞ୍ଚଳରୁ ଗୋରୁ ନେଇ ଆସୁଥିବା ଦୁଇଟି ପିକଅପକୁ ଜବତ କରାଯାଇଛି। ଏହି ଦୁଇଟି ଗାଡିରେ ୧୦ଟି ଗୋସମ୍ପଦ ଥିବା ଜଣାପଡ଼ିଛି। ଗାଡି ଦୁଇଟି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସଦର ଥାନା ଆଇଆଇସି ପ୍ରେମଦା ନାୟକ ସୂଚନା ଦେଇଛନ୍ତି। ଉକ୍ତ ଦୁଇ ଗାଡିର ଡ୍ରାଇଭରଙ୍କୁ ଥାନାରୁ ବେଲ୍‌ବଣ୍ଡ ପରେ ଛଡ଼ାଯାଇଥିବା ସୂଚନା ମିଳିଛି।

publive-image

ସେହିପରି ଆଜି ରାତି ପ୍ରାୟ ୯ଟାରେ ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ବାଲେଶ୍ୱର ଗୋଲେଇ ଛକରେ ଗୋରୁ ବୋଝେଇ ଏକ ପିକଅପ୍ ଗାଡ଼ିକୁ ସ୍ଥାନୀୟ ଲୋକ ଅଟକେଇଥିଲେ। ଓଡ଼ି-୧୧ କ୍ୟୁ-୩୩୯୯ ନମ୍ବର ବିଶିଷ୍ଟ ଏକ ପିକଅପ୍ ଗାଡ଼ିରେ ୧୦ଟି ଗାଇ ନେଇ ଯାଉଥିବାବେଳେ ସ୍ଥାନୀୟ ଲୋକଙ୍କ ନଜରରେ ପଡ଼ିଥିଲା। ଗାଡ଼ିକୁ ଅଟକାଇ ବାରିପଦା ଟାଉନ୍ ଥାନା ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ଗାଡିର ଡ୍ରାଇଭର୍ ଓ ହେଲ୍‌ପରକୁ ଥାନାକୁ ନେଇଛି।

publive-image

ବାଲେଶ୍ୱର ଗୋଲେଇ ଛକରେ ସ୍ଥାନୀୟ ଲୋକ ଗୋଟିଏ ଗାଇକୁ ତଳକୁ ଓହ୍ଲାଇଦେଇଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହିପରି ଭାବେ ବେଆଇନ ଗୋଚାଲଣ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ପଶ୍ଚିମବଙ୍ଗରୁ ଆସୁଥିବା ଚୋରା ବେପାରୀମାନେ ଜିଲ୍ଲାର ବିଭିନ୍ନ ହାଟରୁ ଏହିପରି ଅମାନୁଷିକ ଭାବେ ଗାଇ ବୋଝେଇ କରି ଚାଲଣ କରୁଥିବା ନିୟମିତ ଭାବେ ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe