ସାଲୁଙ୍କି ନାଳ ଉନ୍ନତୀକରଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ନିର୍ବାହୀ ଯନ୍ତ୍ରୀଙ୍କ ଖଣ୍ଡନ

କାର୍ଯ୍ୟସ୍ଥଳ ପରିଦର୍ଶନ କଲେ ଏନଏସି ଅଧ୍ୟକ୍ଷା ଓ  ଜିଲ୍ଲା ପରିଷଦ ଉପାଧ୍ୟକ୍ଷା 

ସାଲୁଙ୍କି ନାଳ ଉନ୍ନତୀକରଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ନିର୍ବାହୀ ଯନ୍ତ୍ରୀଙ୍କ ଖଣ୍ଡନ
ଘୁ.ଉଦୟଗିରି : ଘୁ.ଉଦୟଗିରି ସହରର ଜୀବନରେଖା ସାଲୁଙ୍କି ନାଳ  ଏବେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର ସହ ମୃତ୍ତିକା ସଂରକ୍ଷଣ ନିମନ୍ତେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଜାରି ରହିଛି। ଏହାର ଉନ୍ନତୀକରଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୩ କୋଟି ୨୭ଲକ୍ଷ ୬୯ହଜାର ୪୮୬ଟଙ୍କାର ଏକ ଟେଣ୍ଡର ଆହ୍ୱାନ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ତେବେ  କାର୍ଯ୍ୟରେ ବ୍ୟାପକ ଅନିୟମିତତା ଏବଂ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ସଂଜୀବ ପତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭଯୋଗ ଆଣିଛନ୍ତି।
ଏନେଇ  କାର୍ଯ୍ୟସ୍ଥଳରେ ଉପସ୍ଥିତ  କନିଷ୍ଠଯନ୍ତ୍ରୀଙ୍କୁ ଅଭିଯୋଗ ବିଷୟରେ ପଚାରିବା ପରେ ସେ ପ୍ରତିଦିନ ଏହି କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଛି। ସରକାରୀ ନିୟମ ଅନୁସାରେ କାର୍ଯ୍ୟ ଚାଲିଛି। ଯେଉଁ ସ୍ଥାନରେ କାର୍ଯ୍ୟର ଆବଶ୍ୟକ କରାଯାଉଛି। ଯେଉଁଠି ଯେତିକି ଗଭୀର ଆବଶ୍ୟକ ତାହା କରାଯାଉଛି। ଫାଉଣ୍ଡେସନ ଠାରୁ ଆରମ୍ଭ କରି ଗାର୍ଡ଼ୱାଲ ଉଚ୍ଚତା ପର୍ଯ୍ୟନ୍ତ  କାର୍ଯ୍ୟ ସଠିକ ଭାବେ ଚାଲିଥିବା କହିଛନ୍ତି। ଅନିୟମିତତା ଅଭିଯୋଗ ପରେ  ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁନୀଲ କୁମାର ତ୍ରିପାଠୀ ମଧ୍ୟ  ସାଲୁଙ୍କି ନାଳରେ ପହଞ୍ଚି ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି। କୌଣସି ଅନିୟମିତତା କିମ୍ବା ନିମ୍ନମାନର କାର୍ଯ୍ୟର ପ୍ରଶ୍ନ ଉଠୁନି ବୋଲି କହିବା ସହ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଗତକାଲି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଇବାଣୀ ନାୟକ ଏବଂ ଏନ୍‌ଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ଏବଂ ୨ନଂ ୱାର୍ଡ଼ର କାଉନ‌୍‌ସିଲର ସାଲୁଙ୍କି ନାଳରେ ଚାଲିଥିବା କାର୍ଯ୍ୟସ୍ଥଳ ବୁଲି ଦେଖିବା ସହ କନିଷ୍ଠଯନ୍ତ୍ରୀଙ୍କୁ କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ।  ବର୍ଷା ପୂର୍ବରୁ କିଭଳି ଏହି କାର୍ଯ୍ୟ ସରିବ ତା ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏବଂ ଏନ୍‌ଏସି ଅଧ୍ୟକ୍ଷା ଏହି କାର୍ଯ୍ୟ ଦେଖିବା ପରେ ସନ୍ତୋଷବ୍ୟକ୍ତ କରିଛନ୍ତି।  ସାଲୁଙ୍କି ନାଳରେ୨୭୦୦ ମିଟର ଡିପ ନିର୍ମାଣ ହେବା ନେଇ ଟେଣ୍ଡର ହୋଇଥିବା ବେଳେ ଠିକାଦାର ଉକ୍ତ କାର୍ଯ୍ୟଟି ୧୪.୯୯ ପ୍ରତିଶତ ମୂଳ ମୂଲ୍ୟରୁ କାଟି ନେଇଥିବା ଜଣାପଡିଛି। ବର୍ତ୍ତମାନ ୨ କୋଟି ୭୮ଲକ୍ଷ ୫୭ ହଜାର ୩୪୦ ଟଙ୍କା ମୂଲ୍ୟର କାର୍ଯ୍ୟ ଚାଲିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe