ବେଆଇନ ଗୋଚାଲାଣ: ୩ଗୋରୁ ଉଦ୍ଧାର, ଅଟୋ ଜବତ ଚାଳକ ଗିରଫ

Advertisment

ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗ-ମାଣତ୍ରୀ ରାସ୍ତାର ପାଟୁଳିପୁରା ଛକ ନିକଟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବେଆଇନ ଗୋରୁ ବୋଝେଇ ଓଟୋ ଜବତ ଘଟଣାରେ ସୋମବାର ଅପରାହ୍ନରେ ଗିରଫ ଚାଳକକୁ କୋର୍ଟ ଚାଲାଣ କରାଯାଇଛି...

ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗ-ମାଣତ୍ରୀ ରାସ୍ତାର ପାଟୁଳିପୁରା ଛକ ନିକଟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବେଆଇନ ଗୋରୁ ବୋଝେଇ ଓଟୋ ଜବତ ଘଟଣାରେ ସୋମବାର ଅପରାହ୍ନରେ ଗିରଫ ଚାଳକକୁ କୋର୍ଟ ଚାଲାଣ କରାଯାଇଛି...

Illegal cow smuggling: 3 cows rescued, auto seized, driver arrested

Illegal cow smuggling: 3 cows rescued, auto seized, driver arrested Photograph: (sambad.in)

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗ-ମାଣତ୍ରୀ ରାସ୍ତାର ପାଟୁଳିପୁରା ଛକ ନିକଟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବେଆଇନ ଗୋରୁ ବୋଝେଇ ଓଟୋ ଜବତ ଘଟଣାରେ ସୋମବାର ଅପରାହ୍ନରେ ଗିରଫ ଚାଳକକୁ କୋର୍ଟ ଚାଲାଣ କଲା ବୈଶିଙ୍ଗା ପୁଲିସ।

ହସ୍ତଗତ ସୂଚନା ମୁତାବକ ଉକ୍ତ ଥାନା ଅଧୀନ କୁଡ଼ିମୁଣ୍ଡା ଗ୍ରାମର ହିମାଂଶୁ କୁମାର ସାହୁ ଔରଫ ସୁକୁରା ଓଡି-୧୧ଏସ-୩୯୧୬ନମ୍ବର ବିଶିଷ୍ଟ ଲାଲ ଓଟୋ ଯୋଗେ ବେଆଇନ ଗୋରୁ ଚାଲାଣ ନେଇ ବିଶ୍ୱସ୍ତସୂତ୍ରରୁ ଖବର ମିଳିବା ପରେ ସ୍ଥାନୀୟ ଯୁବକ ମାନେ ବୈଶିଙ୍ଗା ମାଣତ୍ରୀ ରାସ୍ତାର ପାଟୁଳିପୁରା ଛକ ନିକଟରେ ଚଢ଼ାଉ କରିଥିଲେ ଓ ବୈଶିଙ୍ଗା ପୁଲିକୁ ଖବର ଦେଇଥିଲେ।

ଖବର ପାଇ ବୈଶିଙ୍ଗା ଥାନା ଏଏସଆଇ ଶୁଭ୍ରାଂଶୁ ରାଉଳ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଗୋରୁ ବୋଝେଇ ଓଟୋ ଜବତ ସମେତ ଚାଳକକୁ ଥାନାକୁ ଆଣିଥିଲେ। ତଦନ୍ତପରେ ବେଆଇନ ଗୋରୁଚାଲାଣକାରୀ କୁଡ଼ିମୁଣ୍ଡା ଗ୍ରାମର ସୁକୁରାକୁ ପୁଲିସ ଗିରଫ କରିଥିବାବେଳେ ସେ ଜଙ୍ଖରାଇ ଗ୍ରାମକୁ ଗୋରୁ ନେଇ ଯାଉଥିବାର ପୁଲିସ ଆଗରେ ସ୍ୱୀକାର କରିଥିଲା।

ଏନେଇ  ପୁଲିସ ଏକ ମାମଲା ରୁଜୁକରି ଓଟକୁ ଜବତ ପୂର୍ବକ ଚାଳକ ସୁକୁରାକୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛନ୍ତି। ଏପଟେ ଜବତ ଓଟୋ ଭ୍ୟାନରୁ ଉଦ୍ଧାର ୩ଟି ଗୋରୁଗାଈଙ୍କୁ ବାଲେଶ୍ୱରସ୍ଥିତ ମା ଭାରତୀ ଗୋ ସେବାକେନ୍ଦ୍ରକୁ ହସ୍ତାନ୍ତର କରାଯାଇଥିବା ନେଇ ବୈଶିଙ୍ଗା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe