୨୫୦ ଟଙ୍କା ଦିଅ ସାର୍ଟିଫିକେଟ୍ ନିଅ !

ପଦ୍ମପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ଅସାଧୁ କର୍ମଚାରୀଙ୍କ ବେଆଇନ ଫତୁଆ ଜାରି

୨୫୦ ଟଙ୍କା ଦିଅ ସାର୍ଟିଫିକେଟ୍ ନିଅ !

Twitter

ପଦ୍ମପୁର : ପଦ୍ମପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ କେତେକ ଅସାଧୁ କର୍ମଚାରୀ ବେଆଇନ ଫତୁଆ ଜାରି କରିଛନ୍ତି। ଯେଉଁ ଆବେଦନକାରୀ ହାତଗୁଞ୍ଜା ଦେଉନାହାନ୍ତି ସେମାନଙ୍କୁ ସାର୍ଟିଫିକେଟ୍‌ ନେବା ପାଇଁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡୁଛି। ଖୋଲାଖୋଲି ଭାବରେ ୨୫୦ ରୁ ୩୦୦ ଟଙ୍କା ନ ଦେଲେ ଆବେଦନକାରୀ ଜାତିଗତ, ଆୟ ଓ ଅନ୍ୟାନ୍ୟ ପ୍ରମାଣପତ୍ର ପାଇବାରୁ ବଂଚିତ ହେଉଛନ୍ତି।

ଗରିବ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟ ନିୟୋଜନ ପାଇଁ ବିଭିନ୍ନ ସାର୍ଟିଫିକେଟ ଆଶାରେ ତହସିଲ ଅଫିସ୍‌ ଆସି କେତେକ ଅସାଧୁ କର୍ମଚାରୀଙ୍କ ଅର୍ଥଲାଳସା ବହୁତ ଜୋର ଥିବାରୁ ସେମାନେ ବଂଚିତ ହେଉଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe