ହରଭଙ୍ଗାରେ ଦେଶୀ ବନ୍ଧୁକ କାରଖାନା : ୨ ଗିରଫ, ବନ୍ଧୁକ ତିଆରି ସାମଗ୍ରୀ ଜବତ

Advertisment
ହରଭଙ୍ଗାରେ ଦେଶୀ ବନ୍ଧୁକ କାରଖାନା : ୨ ଗିରଫ, ବନ୍ଧୁକ ତିଆରି ସାମଗ୍ରୀ ଜବତ

ସୋନପୁର/ ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମରୁ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ସୋନପୁର ପୁଲିସ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିବା ‌ସହିତ ସେମାନଙ୍କ ନିକଟରୁ କିଛି ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି।

ଶନିବାର ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏସପି ଦେବୀ ପ୍ରସାଦ ଦାଶ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସବିଶେଷ ସୂଚନା ଦେଇ କହିଲେ ଯେ, ବୌଦ୍ଧ ସଦର ଥାନା ବଗିଚାସାହିର ଦେଶୀ ବନ୍ଧୁକ ବେପାରୀ ନିର୍ମଳ ଯୋଶୀ(୩୩) ସୋନପୁର ତେଲନଦୀ ନିକଟରେ ବେଆଇନ ଭାବେ ଦେଶୀ ବନ୍ଧୁକ ବିକ୍ରି ପାଇଁ ଠିଆ ହୋଇଥିଲେ। ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ଉ କରି ନିର୍ମଳଙ୍କୁ ଧରିଥିଲା। ଯାଞ୍ଚ ସମୟରେ ନିର୍ମଳ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ଗୋଟିଏ ଅର୍ଦ୍ଧନିର୍ମିତ ଦେଶୀ ପିସ୍ତଲ ପୁଲିସ ଜବତ କରିଥିଲା। ଏହି ଦେଶୀ ବନ୍ଧୁକ ଏବଂ ଦେଶୀ ପିସ୍ତଲ ସୋନପୁରରେ ବିକ୍ରି ପାଇଁ ନିର୍ମଳ ଆଣିଥିଲେ। ଅଭିଯୁକ୍ତି ନିର୍ମଳଙ୍କ ସୂଚନାକୁ ଆଧାର କରି ସୋନପୁର ପୁଲିସର ୭ ଜଣିଆ ଟିମ୍ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମର ରମେଶ ବେହେରା(୭୬)ଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ ରମେଶଙ୍କ ଘରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଅର୍ଦ୍ଧନିର୍ମିତ ଦେଶୀ ପିସ୍ତଲ, ୩ଟି ଦେଶୀ ବନ୍ଧୁକର ଲୁହା ପାଇପ୍, ଦେଶୀ ବନ୍ଧୁକର ୨ଟି କାଠ ହେଣ୍ଡେଲ, ଦେଶୀ ପିସ୍ତଲର ୫ଟି ଲୁହା ପାଇପ, ଗୋଟିଏ ଲୁହା ଚିମୁଟା, ଗୋଟିଏ ଲୁହା ହେମର, ଗୋଟିଏ ଲୁହା ମେସିନ, ଗୋଟିଏ ଆରିପତି ଆଦି ଜବତ କରିଥିଲା। ନିର୍ମଳ ଏବଂ ରମେଶଙ୍କୁ ପୁଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବାବେ‌ଳେ ଏହି ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe