ଏଏସ୍‌ଓ ପରୀକ୍ଷାରେ ବ୍ୟପାକ ତ୍ରୁଟି ନେଇ ଅଭିଯୋଗ, ଓପିଏସ୍‌ସି କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଲେ ପରୀକ୍ଷାର୍ଥୀ

Advertisment
ଏଏସ୍‌ଓ ପରୀକ୍ଷାରେ ବ୍ୟପାକ ତ୍ରୁଟି ନେଇ ଅଭିଯୋଗ, ଓପିଏସ୍‌ସି କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଲେ ପରୀକ୍ଷାର୍ଥୀ

କଟକ: ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିଛନ୍ତି। ଏନେଇ ଏଏସ୍‌ଓ ‌ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଆଜି ଦୀର୍ଘ ସମୟ ଧରି ଧାରଣା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ପରୀକ୍ଷା ଦେଇ ନଥିବା ପିଲା ପରୀକ୍ଷାରେ ପାସ କରିଛନ୍ତି। ସେହିପରି ମାର୍କସିଟ ଓ କଟଅଫ୍‌ ମାର୍କ ଆସିବାରେ ବହୁତ ବିଳମ୍ବ ହୋଇଛି। ତେଣୁ ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବା ନେଇ ପରୀକ୍ଷାର୍ଥୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

ଆଜି ପୂର୍ବାହ୍ନରେ ଶତାଧିକ ପରୀକ୍ଷାର୍ଥୀ କଟକସ୍ଥିତ ଓପିଏସ୍‌ସି କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ। ପରୀକ୍ଷାର୍ଥୀମାନେ ପରୀକ୍ଷାରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ଆଣିଥିଲେ। ହାତରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ। ପରୀକ୍ଷାର୍ଥୀଙ୍କର ଧାରଣା ଦେଇଥିବାରୁ ଘଟଣାସ୍ଥଳକୁ ପୁଲିସ କର୍ମଚାରୀମାନେ ମଧ୍ୟ ପହଞ୍ଚିଥିଲେ। ତେବେ ଲୋକ ସେବା ଆୟୋଗ ପକ୍ଷରୁ ଏବାବଦରେ କୌଣସି ପ୍ରତିକ୍ରିୟା ମିଳି ପାରିନାହି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe