ଆର୍‌ଜିଏଚ୍‌ରେ ବେଆଇନ ଗାଡ଼ି ପାର୍କିଂ, ଆଦାୟ ହେଉଛି ଦୁଇଗୁଣା ଅର୍ଥ!

Advertisment
ଆର୍‌ଜିଏଚ୍‌ରେ ବେଆଇନ ଗାଡ଼ି ପାର୍କିଂ, ଆଦାୟ ହେଉଛି ଦୁଇଗୁଣା ଅର୍ଥ!

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଗାଡ଼ି ପାର୍କିଂରେ ବେଆଇନ ଫି ଆଦାୟ ହେଉଛି। ଆର୍‌ଜିଏଚ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଯେତିକି ଟଙ୍କା ଧାର୍ଯ୍ୟ କରାଯାଇଛି। ତା’ଠାରୁ ଦୁଇଗୁଣା ଅଧିକ ଟଙ୍କା ଗାଡ଼ି ଚାଳକଙ୍କ ଠାରୁ ନିଆଯାଉଥିବା ଅଭିଯୋଗ ହେଉଛି। ଗତ ଡିସେମ୍ବରରୁ ଲିଜ୍‌ ଅବଧି ଶେଷ ହୋଇଛି। ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ‌ ଟେଣ୍ଡର ପାଇଁ ଅଧିକ ଦୁଇ ମାସ ଅବଧି ବଢ଼ାଇଥିଲେ। ଅର୍ଥାତ୍‌ ଫେବ୍ରୁଆରି ଶେଷ ସପ୍ତାହ ପର୍ଯ୍ୟନ୍ତ ପାର୍କିଂ ଫି ଆଦାୟ କରିବାକୁ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ଠିକା ସଂସ୍ଥାକୁ ଅନୁମତି ଦେଇଥିଲେ।

ଦୁଇମାସ ଅବଧି ଶେଷ ହୋଇଥିଲେ ହେଁ ଗାଡ଼ି ଚାଳକଙ୍କଠାରୁ ବେଆଇନ ପାର୍କିଂ ଫି ଆଦାୟ କରାଯାଉଛି। ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ଦୁଇ ଚକିଆ ଯାନ ପାଇଁ ୨ ଟଙ୍କା, ତିନି ଚକିଆ ପାଇଁ ୧୦ ଟଙ୍କା, ୪ ଚକିଆ ଯାନ (କମରସିଆଲ) ୪୦ ଟଙ୍କା, ଘରୋଇ ଚାରି ଚକିଆ ୧୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ହେଲେ ଆର୍‌ଜିଏଚ୍‌କୁ ଆସୁଥିବା କିଛି ଗାଡ଼ି ଚାଳକଙ୍କ ଠାରୁ ଦୁଇଗୁଣା ଅର୍ଥ ଆଦାୟ କରାଯାଉଛି। ଯାହାକୁ କେନ୍ଦ୍ର କରି ଅନେକ ସମୟରେ ପାଟିତୁଣ୍ଡ ମଧ୍ୟ ହେଉଛି। ଲିଜ୍‌ ଅବଧି ସରିଥିବା କଥାକୁ ଆର୍‌ଜିଏଚ୍‌ ମ୍ୟାନେଜର ମୋହିତ ଶ୍ରୀ ବାସ୍ତବ ସ୍ବୀକାର କରିଛନ୍ତି। ସେ କହିଛନ୍ତି, କିଛି ଗାଡ଼ି ଚାଳକଙ୍କଠାରୁ ଦୁଇଗଣା ଅର୍ଥ ଆଦାୟ କରୁଥିବା ଅଭିଯୋଗ ଆମର ହସ୍ତଗତ ହୋଇଛି। ଲିଜ୍ ଅବଧି ଗତ ଫେବ୍ରୁଆରିରୁ ସରିଲାଣି। ଖୁବ୍‌ ଶୀଘ୍ର ଟେଣ୍ଡର କରାଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗାଡ଼ି ପାର୍କିଂ ଟେଣ୍ଡର ପ୍ରକ୍ରିୟାକୁ ନେଇ ଗତବର୍ଷ ବିବାଦ ସୃଷ୍ଟି ହୋଇଥିଲା। ଯୋଗ୍ୟ ତାଲିକାରୁ ବାଦ୍‌ ପଡିଥିବାରୁ ଏସ୍‌ଏଚ୍‌ଜି ଗ୍ରୁପ୍‌ ଆର୍‌ଜିଏଚ୍‌ରେ ଧାରଣା ଦେଇଥିଲେ। ତେବେ ଆର୍‌ଜିଏଚ୍‌ରେ ବେଆଇନ ପାକିଂ ଫିକୁ ତୁରନ୍ତ ବନ୍ଦ କରିବାକୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe