ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁରେ ବେଆଇନ୍ ମଦ ବିକ୍ରି

ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁରେ ବେଆଇନ୍ ମଦ ବିକ୍ରି

pmagy

ଇବ୍‌ଥର୍ମାଲ: ଲଖନପୁର ବ୍ଳକ ଦଳଗାଁ ପଞ୍ଚାୟତରେ ବେଆଇନ ମଦ କାରବାର ବଢ଼ି ବଢ଼ି ଚାଲିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସମସ୍ତ ବେଆଇନ ମଦ ଭାଟି ବନ୍ଦ କରିବାକୁ ମହିଳାମାନେ ଦାବି କରିଛନ୍ତି। ଏହି ପଞ୍ଚାୟତ ଅନ୍ତର୍ଗତ ପଲସାଢିପା, ଦୁଦୋଲସିଂହା ଓ ଗୁଡିଆଲି ଗ୍ରାମରେ ବେଆଇନ କୁଚିଆ ମଦ ବିକ୍ରି ହେଉଛି। ପଲସାଢିପା ଗ୍ରାମବାସୀ ଗାଁ’ରେ ମଦ ବିକ୍ରିକୁ ନିଷେଧ କରିଥିବାରୁ ଗତ କିଛି ମାସ ହେବ ଏହା ବନ୍ଦ ରହିଛି।

ମାତ୍ର ଦୁଦୋଲସିଂହା ଓ ଗୁଡ଼ିଆଲି ଗାଁରେ ୮ଟି କୁଚିଆ ମଦ ଭାଟି ରହିଛି। ଗ୍ରାମବାସୀଙ୍କଠୁ ମିଳିଥିବା ତଥ୍ୟ ଅନୁସାରେ ଦୈନିକ ୧୫ରୁ ୨୦ ହଜାର ଓ ବାର୍ଷିକ ପ୍ରାୟ ୪୦ରୁ ୫୦ ଲକ୍ଷ ଟଙ୍କାର ମଦ ବିକ୍ରି ହେଉଛି। ଏହା ଗ୍ରାମମାନଙ୍କର ସାମାଜିକ ଓ ଆର୍ଥିକ ଜୀବନକୁ ଏହା ପ୍ରଭାବିତ କରୁଛି। ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଘୋଷଣାର ମୂଳ ଉଦ୍ଦେଶ୍ୟର ବିରୁଦ୍ଧାଚରଣ କରୁଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ପ୍ରକାଶଥାଉ କି ଉପରୋକ୍ତ ଗ୍ରାମ ଦ୍ବୟରେ ୫୦ ପ୍ରତିଶତରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତିର ଲୋକେ ରହୁଥିବାରୁ ଗାଁ’କୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଘୋଷଣା କରାଯାଇଛି। ୧୨ ଜୁଲାଇରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ଦୁଦୋଲସିଂହ ଗାଁ’କୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଘୋଷଣା କରି ବିକାଶ ପାଇଁ ୪୫ ଲକ୍ଷ ଟଙ୍କାର ୧୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ଘୋଷଣା କରିଥିଲେ। ସେ ସମୟରେ ଗାଁ’ର ମୁଖ୍ୟ ସମସ୍ୟା ‌ବେଆଇନ ମଦ ବିକ୍ରି ସଂପର୍କରେ ମହିଳାମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ବର୍ତ୍ତମାନ ତାହା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଯଦ୍ବାରା ଗ୍ରାମବାସୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ଅଶାନ୍ତି ଓ ଅସାମାଜିକ କାର୍ଯ୍ୟ ବଢ଼ିବାରେ ଲାଗିଛି। କର୍ଫାବାହାଲ ମଦଭାଟି ଅବକାରୀ ଆଇନକୁ ଉଲ୍ଲଂଘନ କରି ଗାଁ ଗାଁ’ର କୁଚିଆ ଭାଟି ମାଧ୍ୟମରେ ମଦ ବିକ୍ରି କରୁଥିବାରୁ ମହିଳାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଜିଲ୍ଲା ଅବକାରୀ ବିଭାଗ, ପୁଲିସ୍‌ ଓ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe