ଟାଙ୍ଗୀରେ ବେଧଡ଼କ ଭାବେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବୃଦ୍ଧି ପାଉଛି ଅସାମାଜିକ କାର୍ଯ୍ୟ

Advertisment
୧୯ ଜୀବନ ଗଲା ପରେ ବି ଚେତିଲେନି : ମଦ ବେପାର ପଛରେ ନେତା!

The Drinks Business

ଟାଙ୍ଗୀ : ମହାମାରୀ କରୋନା ଯୋଗୁ ସରକାର ମଦ ଦୋକାନ ବନ୍ଦ କରିଥିଲେ। କିନ୍ତୁ ପରିସ୍ଥିତିର ଚାପରେ ସରକାର ଗତ କିଛିଦିନ ତଳେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହା ସତ୍ତ୍ବେ ଚୋରା ମଦ କାରବାରରେ କୌଣସି ଅଙ୍କୁଶ ଲାଗିନାହି। ଟାଙ୍ଗୀ ଥାନା କୁହୁଡ଼ି ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବିରିବାଡ଼ି ପଞ୍ଚାୟତକୁ ଯିବା ରାସ୍ତାର ବିଶ୍ୱାଳ ତୋଟା ଓ କୁକୁଡ଼ା ଫାର୍ମ ନିକଟରେ ଦିନ ରାତି ଚୋରା ଦେଶୀ ଓ ବିଦେଶୀ ମଦ ବେଧଡ଼କ ବିକ୍ରି ହେଉଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଛି। ସେହି ରାସ୍ତା ଦେଇ ଯାତାୟାତରେ ମଧ୍ୟ ବିପଦ ଦେଖାଦେଇଥିବା ଅଭିଯୋଗ ହେଉଛି। ସେହିପରି କାଳୁପଡ଼ା, ଟାଙ୍ଗୀର ଗଳିକନ୍ଦି, ଚଣ୍ଡେଶ୍ବର, ମଙ୍ଗଳାଯୋଡ଼ି ପଞ୍ଚାୟତର ଗଳିକନ୍ଦି, ଭୂଷଣ୍ଡପୁର ଅଞ୍ଚଳରେ ଚୋରା ଦେଶୀ, ବିଦେଶୀ ମଦ କୁଟୀର ଶିଳ୍ପରେ ପରିଣତ ହୋଇଛି। ଟାଙ୍ଗୀଠାରେ ଅବକାରୀ ବିଭାଗ କାର୍ଯ୍ୟାଳୟ ଥିଲେ ମଧ୍ୟ ଚଢ଼ାଉରେ ବିଭାଗ ଶିଥିଳତା ଦେଖାଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe