ରାଉରକେଲା ସହର ଉପକଣ୍ଠରେ ନକଲି ବିଦେଶୀ ମଦ ମାଫିଆ

Advertisment

୪୨ ଲିଟର ନକଲି ବିଦେଶୀ ମଦ ଜବତ, ଖସିକଲା କିଙ୍ଗ୍‌ପିନ୍‌ ଗଙ୍ଗା ସାହୁ, ସହଯୋଗୀ ଗିରଫ

୪୨ ଲିଟର ନକଲି ବିଦେଶୀ ମଦ ଜବତ, ଖସିକଲା କିଙ୍ଗ୍‌ପିନ୍‌ ଗଙ୍ଗା ସାହୁ, ସହଯୋଗୀ ଗିରଫ

ରାଉରକେଲା ସହର ଉପକଣ୍ଠରେ ନକଲି ବିଦେଶୀ ମଦ ମାଫିଆ

ରାଉରକେଲା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବ୍ୟବହତି ପୂର୍ବରୁ ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ବ୍ୟାପକ କରାଯାଇଛି। ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ଉ ଜାରି ରହିଛି। ତଥାପି ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରିରେ ଅଙ୍କୁଶ ଲାଗିପାରୁନି। ଆଜି ଦିନ ଦ୍ବିପ୍ରହରରେ ସହର ଉପକଣ୍ଠ ବନ୍ଧମୁଣ୍ଡା ଅଞ୍ଚଳରୁ ନକଲି ବିଦେଶୀ ମଦ ବିକ୍ରି କରିବାକୁ ବାହାରିଥିବା ଜଣେ ଅଭିଯୁକ୍ତକୁ ଅବକାରୀ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଗୋପବନ୍ଧୁପଲ୍ଲୀର ସଞ୍ଜୀବ ରାୟ(୩୧)। ତେବେ ଏହି ନକଲି ବିଦେଶୀ ମଦ କାରବାର ମୁଖିଆ ଗଙ୍ଗା ସାହୁ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିବାରେ ସଫଳ ହୋଇଛି।

ବନ୍ଧମୁଣ୍ଡା ଅଞ୍ଚଳରେ ଚାଲିଥିବା ନକଲି ବିଦେଶୀ ମଦ ତିଆରି ଓ ବିକ୍ରିର କିଙ୍ଗ୍‌ପିନ ହେଉଛି ଗଙ୍ଗା ସାହୁ। ଦୀର୍ଘ ବର୍ଷ ହେଲା ମୁଖ୍ୟ ଅଭିଯୁକ୍ତ ଗଙ୍ଗା ଅଞ୍ଚଳରେ ଅବାଧ ନକଲି ବିଦେଶୀ ବେପାର କରୁଛି। ଏମିତିକି ପୂର୍ବରୁ ବି ତା’ ନାଁରେ ଅବକାରୀ ପୁଲିସ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ମୁଖ୍ୟଅଭିଯୁକ୍ତ ଗଙ୍ଗା ବୋତଲ ଗୋଟାଳିଙ୍କଠାରୁ ଖାଲି ମଦ ବୋତଲ କିଣୁଥିବାବେଳେ ସ୍ଥାନୀୟ ମାର୍କେଟରୁ ସ୍ପିରିଟ୍‌, ରଙ୍ଗ କିଣୁଛି। ତେବେ ବାହାରୁ ନକଲି ଠିପି, ଷ୍ଟିକର୍‌ ଆମଦାନୀ କରୁଛି। ଏହାପରେ ନିଜେ ତା’ର କିଛି ସହଯୋଗୀଙ୍କ ଜରିଆରେ ନକଲି ବିଦେଶୀ ମଦ ତିଆରି ଅପେକ୍ଷାକୃତ ୧୦/୨୦ ଟଙ୍କା କମ୍‌ ଦରରେ ବିକ୍ରି କରୁଛି।

ଆଜି ପୂର୍ବାହ୍ନରେ ଗଙ୍ଗା ତା’ର ଜଣେ ସହଯୋଗୀଙ୍କ ସହ ମିଶି ନକଲି ବିଦେଶୀ ମଦ ବିକ୍ରି କରିବାକୁ ବାହାରୁଥିବା ଅବକାରୀ ପୁଲିସ ଗୁପ୍ତ ସୂଚନା ପାଇଥିଲା। ସୂଚନା ମୁତାବକ ପୁଲିସ ବନ୍ଧମୁଣ୍ଡା ଫୁଲବାରୀ ସ୍କୁଲ ପାଖରେ ପହଞ୍ଚିଥିଲା। ସେତେବେଳେ ଗଙ୍ଗା ତା’ର ସହଯୋଗୀ ସଞ୍ଜୀବ ସହ ଏକ ସ୍କୁଟିରେ ମଦ ଲଦି ଗନ୍ତବ୍ୟ ପଥରେ ବାହାରୁଥିଲେ। ତେବେ ପୁଲିସକୁ ଦେଖି ମୁଖ୍ୟ ଅଭିଯୁକ୍ତ ଗଙ୍ଗା କୌଣସିମତେ ସେଠାରୁ ଖସି ପଳାଇଥିବାବେଳେ ସଞ୍ଜୀବ କିନ୍ତୁ ଧରାପଡ଼ିଯାଇଥିଲା। ଅଭିଯୁକ୍ତ ପାଖରୁ ୪୨ ବୋତଲ (୩୧.୫ ଶହ ଲିଟର) ନକଲି ବିଦେଶୀ ମଦ ଜବତ ହୋଇଛି। ଏହାସହ ସ୍କୁଟି (ଓଡି-୧୪-ଟି-୫୫୯୪), ୧୨୨ଟି ନକଲି ଠିପି, ଖାଲି ବୋତଲ ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe