ବେଆଇନ ଭାବେ ପଥର ଖଣି ନିଲାମ ଅଭିଯୋଗ, ମନ୍ତ୍ରୀଙ୍କ ଅସ୍ୱୀକାର

Advertisment
ବେଆଇନ ଭାବେ ପଥର ଖଣି ନିଲାମ ଅଭିଯୋଗ, ମନ୍ତ୍ରୀଙ୍କ ଅସ୍ୱୀକାର

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ସବ୍‌ଡେଗା ତହସିଲ ଅଧୀନରେ ବେଆଇନ ଭାବେ ପଥର ଖଣି ନିଲାମ ହୋଇଥିବା କଂଗ୍ରେସ ବିଧାୟକ ଡା. ପ୍ରଫୁଲ୍ଲ ମାଝୀ ଅଭିଯୋଗ କରିଛନ୍ତି। ଆଜି ଅପରାହ୍ଣରେ ବିଧାନସଭାରେ ଏକ ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ଜରିଆରେ ଡା. ମାଝୀ ଏହି ପ୍ରସଙ୍ଗ ଉଠାଇଥିଲେ।

ସେ କହିଲେ ଯେ ଦୁଇବର୍ଷ ତଳେ ଏହି ପଥର ଖଣି ନିଲାମ ହୋଇଥିଲା। ପ୍ରଥମ ନିଲାମଧାରୀ ଦୁଇବର୍ଷ ଧରି ଏହି ଖଣିରୁ ପଥର ଉତ୍ତୋଳନ କରିବା ପରେ ତାକୁ ସମର୍ପଣ କରିଦେଇଥିଲେ। ଏହାକୁ ମୁକ୍ତ ନିଲାମ କରିବା ପରିବର୍ତେ ଜିଲ୍ଲା ପ୍ରଶାସନର ନିର୍ଦେଶରେ ସ୍ଥାନୀୟ ତହସିଲଦାର ଦ୍ୱିତୀୟ ନିଲାମଧାରୀଙ୍କୁ ଏହା ଦେଇଥିଲେ। ଏହା ବେଆଇନ କାରବାର ଦର୍ଶାଇ ମୁକ୍ତ ନିଲାମ ହୋଇଥିଲେ ଅଧିକ ରାଜସ୍ୱ ମିଳିଥାନ୍ତା। ଏଣୁ, ଏହି ଘଟଣାର ତଦନ୍ତ କରିବାକୁ ସେ ଦାବି କରିଥିଲେ। ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ, ପୁଣି ଥରେ ନିଲାମ କରାଯାଇଥିଲେ ସେହିଭଳି ଜଟିଳ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପାଇଁ ଅନ୍ତତଃ ପକ୍ଷେ ୬ ମାସ ଲାଗିଥାନ୍ତା। ସେହି ଖଣିରୁ ଚୋରି ହେବାର ବି ଆଶଙ୍କା ରହିଥିଲା। ନିଲାମ ପାଞ୍ଚବର୍ଷ ପାଇଁ ହୋଇଛି। ଏଣୁ, ଅଧିକ ରାଜସ୍ୱ ମିଳିବାର ସମ୍ଭାବନା କମ୍‌। ଏସବୁ କାରଣରୁ ବେଆଇନ କାରବାର ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe