ରେଳପଥ ନିର୍ମାଣରେ ଲାଗୁଛି ବେଆଇନ ଖଣିଜ ସଂପଦ

ପର୍ଯ୍ୟଟନସ୍ଥଳ ଓ ଜଙ୍ଗଲ ଜମିରୁ ଲୁଟ୍‌ ହେଉଛି ମାଟି, ମୋରମ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଆଇନଜୀବୀ

ଓଡ଼ିଶାରେ କେନ୍ଦ୍ରୀୟ ପ୍ରକଳ୍ପର ନଗ୍ନ ଚେହେରା: ୪୭ ପ୍ରକଳ୍ପ ବିଳମ୍ବିତ, ୨୨ଟିରେ ଖର୍ଚ୍ଚ ବଢ଼ିଛି

Railways Year Book

ବ୍ୟାସନଗର : ପୂର୍ବତଟ ରେଳବାଇ ପକ୍ଷରୁ ଚାଲିଥିବା ତୃତୀୟ ଲାଇନ କାର୍ଯ୍ୟରେ ବେଆଇନ ଭାବେ ଲଘୁ ଖଣିଜ ସଂପଦ ଉପଯୋଗ ହେଉଛି। କାର୍ଯ୍ୟ କରୁଥିବା ଠିକାଦାର କୌଣସି ସୈରାତ ପାଇଁ ଅନୁମତି ନେଇନାହାନ୍ତି। ପର୍ଯ୍ୟଟନସ୍ଥଳ ଓ ଜଙ୍ଗଲ ଜମିରୁ ମାଟି ଲୁଟ୍‌ କରି ପକାଯାଉଛି। ସହରାଞ୍ଚ‌ଳ, ପର୍ଯ୍ୟଟନସ୍ଥଳ ଓ ଜଙ୍ଗଲ ଜମିରୁ ମାଟି, ମୋରମ ଉଠାଇବାକୁ ଅନୁମତି ନଥିବାବେଳେ ବ୍ୟାସନଗର ତହସିଲ ଅଞ୍ଚଳରେ ବେଫିକର ଲୁଟ୍ ଚାଲିଛି। ଏହାକୁ ନେଇ ଆଇନଜୀବୀ ତଥା କଳିଙ୍ଗନଗର ବାର୍ ଆସୋସିଏସନ ସଭାପତି ମନୀନ୍ଦ୍ର ଧଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ବେଆଇନ ଲୁଟ୍‌ ଉପରେ ରୋକ ଲଗାଇବା ସହ ଏହି କାରବାରରେ ସଂପୃକ୍ତ ଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି। ଆଜି ଡାକ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଅଭିଯୋଗପତ୍ର ପଠାଇଛନ୍ତି।

ଆବେଦନରେ ଦର୍ଶାଇଛନ୍ତି ଯେ ବ୍ୟାସନଗର ପୌରାଞ୍ଚ‌ଳରେ କୌଣସି ସୈରାତ ନଥିବାବେଳେ ନିୟମ ଅନୁଯାୟୀ କୌଣସି ସରକାରୀ କାର୍ଯ୍ୟ ନିମନ୍ତେ ସରକାର ଅଧୀନରେ ଥିବା ସୈରାତରୁ ଯୋଗାଣ କରିଥା’ନ୍ତି। ସେଥିପାଇଁ ନିର୍ମାଣ ସଂସ୍ଥା କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ନେବା ସହ ଆବଶ୍ୟକ ଅର୍ଥ ପୈଠ କରିଥାନ୍ତି। ଯାଜପୁରରୋଡ୍‌ରେ ଚାଲିଥିବା ତୃତୀୟ ରେଳ ଲାଇନରେ ନଟ୍‌ ଫାଇନାଲ, ପର୍ଯ୍ୟଟନ, ଜଙ୍ଗଲ ଜମିରୁ ମାଟି ଓ ମୋରମ ଉଠାଣ ହୋଇ ପକାଯାଉଛି। ଖଣ୍ତାହତାର ନଟ୍‌ଫାଇନାଲ, ମୁଣ୍ତମାଳର ଜଙ୍ଗଲ କିସମ ଜମି ଓ ଯୋଡ଼ାବର ମୌଜାରୁ ବ୍ୟାପକ ଭାବେ ମୋରମ ଉଠାଯାଉଛି।

ବ୍ୟାସନଗର ପାଇଁ ସ୍ବପ୍ନର ପ୍ରକଳ୍ପ ବୋଲି କୁହାଯାଉଥିବା ବ୍ୟାସସରୋବର ପର୍ଯ୍ୟଟନସ୍ଥଳରୁ ମୋରମ ଖୋଳାଯାଇ ରେଳବାଇ କାର୍ଯ୍ୟସ୍ଥଳକୁ ପଠାଯାଉଛି। ବ୍ୟାସସରୋବର ପ୍ରକଳ୍ପ ​ନେଇ ଏନ୍‌ଜିଟି ମାମଲା ଚାଲିଥିବା ବେଳେ ନିର୍ମାଣ ହୋଇଥିବା ପାଚେରି କଡ଼ୁ ୧୫ ଫୁଟରୁ ଅଧିକ ମୋରମ ଖୋଳାଯାଇଛି। ଏହା ପାଚେରି ପ୍ରତି ବିପଦ ସୃଷ୍ଟି କରୁଛି। ଜଙ୍ଗଲ ବିଭାଗ କିଛିବର୍ଷ ପୂର୍ବରୁ ଲଗାଇଥିବା ଗଛ ନିକଟରୁ ମୋରମ ଉଠାଯାଇଥିବାରୁ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିବାର ଆଶଙ୍କା ରହିଛି। ବେଆଇନ ଭାବେ ୩୦ରୁ ୪୦ ହଜାର ଘନ ମିଟର ମୋରମ ଓ ମାଟି ଉଠାଣ କରି ରେଳଲାଇନ ପାଇଁ ଯୋଗାଇ ଦିଆଯାଇଛି। ଏଣୁ କେତେ ମାଟି-ମୋମର ଉଠାଣ ହୋଇଛି ଆକଳନ କରାଯିବା ସହ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଇନଜୀବୀ ଶ୍ରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe