India TV News
ପରିବେଶ ମଞ୍ଜୁରି ନଥାଇ ଖଣି ଖନନ କରିବା ବେଆଇନ
ହାଇକୋର୍ଟରେ ୬ ମାସ ଭିତରେ ଫଇସଲା ଶୁଣାନ୍ତୁ
କଟକ : ସ୍ଥିତାବସ୍ଥା ଆଳରେ କେତେକ କଂପାନୀ ବେଆଇନ ଖଣି କାରବାର କରୁଥିବାରୁ ସୁପ୍ରିମ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ପରିବେଶ ମଞ୍ଜୁରି ନଥାଇ ଖଣି ଖନନ ଚାଲିଛି। ଏଥିପାଇଁ କେନ୍ଦ୍ର ସରକାର କିମ୍ବା ଅନ୍ୟ ସଂପୃକ୍ତ ବିଭାଗ ମଞ୍ଜୁରି ଦେଇ ନାହାନ୍ତି। ତେଣୁ ଏସବୁ ଖଣି ଖନନ ସଂପୂର୍ଣ୍ଣ ବେଆଇନ। ଖଣି ଖନନ ସଂପର୍କିତ ସବୁ ମାମଲାଗୁଡ଼ିକର ୬ ମାସ ଭିତରେ ଶୁଣାଣି ଶେଷ କରି ଫଇସଲା ଦେବା ଲାଗି ସୁପ୍ରିମ କୋର୍ଟ ଆଜି ଓଡ଼ିଶା ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
moneycontrol.comବାଲେଶ୍ବର ଆଲୟେଜ ଲିମିଟେଡ ପକ୍ଷରୁ ଦାୟର ସ୍ବତନ୍ତ୍ର ଲିଭ୍ ପିଟିସନ(ଏସଏଲପି)ର ଶୁଣାଣି କରି ଜଷ୍ଟିସ ଏମ.ଆର.ଶାହା ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ହାଇକୋର୍ଟରେ ବିଚାରାଧୀନ କେତେକ ମାମଲାରେ ସ୍ଥିତାବସ୍ଥା ନିର୍ଦ୍ଦେଶ ପୂର୍ବରୁ ପ୍ରଦାନ କରାଯାଇଥିବା ବେଳେ ଏପରି ନିର୍ଦ୍ଦେଶ ଦୀର୍ଘ ଦିନ ଧରି ବଳବତ୍ତର ରହିଛି। ସ୍ଥିତାବସ୍ଥା ନିର୍ଦ୍ଦେଶ ଆଳରେ ପରିବେଶ ମଞ୍ଜୁରି ବା ଫରେଷ୍ଟ କ୍ଲିୟରାନ୍ସ ନ ଥାଇ ମଧ୍ୟ ଖଣି ଖନନ କାର୍ଯ୍ୟ କରାଯାଉଛି। କୋର୍ଟ କହିଛନ୍ତି ଯେ ପରିବେଶ ମଞ୍ଜୁରି ପାଇଁ ଦରଖାସ୍ତ ବିଚାରାଧୀନ ଥିଲେ ଏହାକୁ ଖଣି ଖନନ ପାଇଁ ଅନୁମତି ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ସ୍ଥିତାବସ୍ଥା ଆଳରେ ପରିବେଶ ମଞ୍ଜୁରି ନଥିବା ଆବେଦନକାରୀଙ୍କୁ ଖଣି ଖନନ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ସଂକ୍ରାନ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅବଗତ କରିବାକୁ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଛି।
The Northern Minerଉଲ୍ଲେଖଯୋଗ୍ୟ ଯେ ଆବେଦନକାରୀ ସଂସ୍ଥାର ପରିବେଶ ମଞ୍ଜୁରି ଦରଖାସ୍ତ ବିଚାରାଧୀନ ଥିବା ବେଳେ ଏନେଇ ହାଇକୋର୍ଟରେ ୨୦୧୬ରେ ମାମଲା ଦାୟର ହୋଇଥିଲା।
ଆବେଦନର ଶୁଣାଣି କରି ହାଇକୋର୍ଟ ଅନ୍ତରୀଣ ସ୍ଥିତାବସ୍ଥା ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବିଭିନ୍ନ ତାରିଖରେ ଏହି ଅନ୍ତରୀଣ ନିର୍ଦ୍ଦେଶ ସଂପ୍ରସାରିତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ସଂପ୍ରସାରିତ କରି ନଥିଲେ। ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ସଂସ୍ଥା ପକ୍ଷରୁ ଏସଏଲପି ଦାଖଲ କରାଯାଇଥିଲା। ତେବେ ସୁପ୍ରିମ କୋର୍ଟଙ୍କ ଆଜିର ଆଦେଶ ପରେ ଏହି ସଂସ୍ଥା ପିଟିସନ ପ୍ରତ୍ୟାହାର କରିଛି। ହାଇକୋର୍ଟରେ ମୂଳ ମାମଲା ବିଚାରାଧୀନ ଥିବା ବେଳେ ସୁପ୍ରିମକୋର୍ଟରୁ ଏହି ଏସଏଲପି ପ୍ରତ୍ୟାହାର ପାଇଁ ଆବେଦନକାରୀ ଅନୁମତି ଲୋଡିଥିଲେ। ସୁପ୍ରିମକୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିବା ସହିତ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
Follow Us