କେନ୍ଦୁଝର ବେଆଇନ ମାଙ୍କଡ଼ା ପଥର ଖନନ ମାମଲା: ଘସିପୁରା ତହସିଲଦାରଙ୍କ ଗୁପ୍ତ ପଞ୍ଜିକାରେ ଅପାରଗ ଦାଗ ଲଗାଅ

Advertisment

ଜିଲ୍ଲା ପ୍ରଶାସନ ଉପରେ ବି ବର୍ଷିଲେ ଏନ୍‌ଜିଟି

ଜିଲ୍ଲା ପ୍ରଶାସନ ଉପରେ ବି ବର୍ଷିଲେ ଏନ୍‌ଜିଟି

କେନ୍ଦୁଝର ବେଆଇନ ମାଙ୍କଡ଼ା ପଥର ଖନନ ମାମଲା: ଘସିପୁରା ତହସିଲଦାରଙ୍କ ଗୁପ୍ତ ପଞ୍ଜିକାରେ ଅପାରଗ ଦାଗ ଲଗାଅ

Business Line

ଯାଜପୁର : କେନ୍ଦୁଝର ବେଆଇନ ମାଙ୍କଡ଼ା ପଥର ଖନନ ମାମଲାରେ ଜାତୀୟ ସବୁଜ ପ୍ରାଧିକରଣ(ଗ୍ରିନ ଟ୍ରିବ୍ୟୁନାଲ) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜିଲ୍ଲା ପ୍ରଶାସନ ଉପରେ ପ୍ରବଳ ବର୍ଷିବା ସହିତ ଘସିପୁରା ତହସିଲଦାରଙ୍କୁ ଢିଲା ଓ ଅଯୋଗ୍ୟ ବୋଲି ଦର୍ଶାଇଛନ୍ତି। ତାଙ୍କ ଚାକିରି ପଞ୍ଜିକାରେ ଅପାରଗ ଦାଗ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଅଧୀନସ୍ଥ ମଦନପୁର ମୌଜାରେ ୪୦ ଏକର ପରିମିତ୍ କାଜୁ ଜଙ୍ଗଲ ଜମିରେ ବେଆଇନ ମାଙ୍କଡା ପଥର ଓ ମୋରମ ଖଣି ଚାଲିଛି। ଏହାକୁ ନେଇ ଫେବ୍ରୁଆରି ୨୦୧୯ ମସିହାରେ ସ୍ଥାନୀୟ ଅଧିବାସୀ ସୁଧାଂଶୁ ଶେଖର କୁଅଁର ଓ ସମ୍ବିତ୍ ରଞ୍ଜନ କୁଅଁର ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)ଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ଅଭିଯୋଗକୁ ଗମ୍ଭୀରତା ସହ ଗ୍ରହଣ କରି ମାନ୍ୟବର ଏନ୍‌ଜିଟି ଏହାର ତଦନ୍ତ ପାଇଁ ଯୁଗ୍ମ କମିଟି ଗଠନ କରିଥିଲେ। କମିଟି ତଦନ୍ତ ପରେ ୭.୩୦ କୋଟି ଟଙ୍କାର ପରିବେଶ ଭରଣା ଧାର୍ଯ୍ୟ କରିଥିଲେ। ଏହି ବେଆଇନ ଚୋରା ଚାଲାଣରେ ଜଡ଼ିତ ଥିବା ମାଫିଆଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ଓ ସେମାନଙ୍କ ଠାରୁ ପରିବେଶ ଭରଣା ନିମନ୍ତେ ଜୋରିମାନା ଆଦାୟ କରିବାକୁ ଏନ୍‌ଜିଟି କେନ୍ଦୁଝର ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏ ମଧ୍ୟରେ ତିନି ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ଆଦାୟ କରାଯାଇ ନାହିଁ କିମ୍ବା କାହାକୁ ମଧ୍ୟ ଗିରଫ କରାଯାଇ ନାହିଁ। କେବଳ ଲୋକ ଦେଖାଣିଆ ଅଳ୍ପ କିଛି ସ୍ଥାନରେ ଚାରା ରୋପଣ କରାଯାଇଛି । ୧୪ ଫେବ୍ରୁଆରି ୨୦୨୨ରେ ଶୁଣାଣି ବେଳେ ଜିଲ୍ଲା ପ୍ରଶାସନର ଏଭଳି ବେପାରୁଆ ନୀତିକୁ ନାପସନ୍ଦ କରିଛନ୍ତି କୋର୍ଟ। ଘସିପୁରା ତହସିଲଦାରଙ୍କ କାର୍ଯ୍ୟ ପନ୍ଥା ଉପରେ ପ୍ରଶ୍ନବାଚୀ ଟାଣିବା ସହିତ ଅପାରଗତା, ଢିଲାପଣକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି। ତାଙ୍କ ବାର୍ଷିକ ଗୁପ୍ତ ପଞ୍ଜିକାରେ (ଅପାରଗ)ରେକର୍ଡ କରିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ସବୁଜ ପ୍ରାଧିକରଣ। ପରବର୍ତ୍ତୀ ଶୁଣାଣି ୧୫ ମାର୍ଚ୍ଚକୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ପକ୍ଷରୁ ମାମଲାକୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe