ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ୍ ଏସିଡ୍ ବିକ୍ରି

Advertisment
ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ୍ ଏସିଡ୍ ବିକ୍ରି

Deccan Chronicle

ବରଗଡ଼ : ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ୍‌ ଭାବେ ଏସିଡ୍‌ ବିକ୍ରି ଚାଲିଥିବା ନଜରକୁ ଆସିଛି । ଏସିଡ୍‌ ବିକ୍ରି ପାଇଁ ରାଜ୍ୟ ସରକାରଙ୍କ ସମେତ ସୁପ୍ରିମକୋର୍ଟ ବହୁ ଆଇନ ପ୍ରଣୟନ କରିଛନ୍ତି। ମାତ୍ର ଏହି ଆଇନ୍‌ ଜିଲ୍ଲାରେ କାମ କରୁନି।  ଆଇନ୍‌ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ଶୂନ୍‌। ସାଧାରଣତଃ କୌଣସି ବ୍ୟବସୟୀ ଖୁଲମ୍‌ଖୁଲା ଏସିଡ୍ ବିକ୍ରି କରିପାରିବେନି। କୌଣସି ବ୍ୟକ୍ତି ମଧ୍ୟ ସହଜରେ ଏସିଡ୍ କିଣି ପରିବେନି। ନିୟମ ମୁତାବକ; ଯେଉଁ ବ୍ୟବସାୟୀ ଏସିଡ୍ ବିକ୍ରି କରିବେ, ସେମାନେ ଜିଲ୍ଲା ମାଜିଷ୍ଟ୍ରେଟ୍‌ କିମ୍ବା ଏଥିପାଇଁ ରାଜ୍ୟ ସରକାରଙ୍କ ନିଯୁକ୍ତ ଅଧିକାରୀଙ୍କଠାରୁ ଲାଇସେନ୍ସ ନେବା ବାଧ୍ୟତାମୂଳକ। ଯଦି ବ୍ୟବସାୟୀଙ୍କ ଲାଇସେନ୍ସ  ବାତିଲ ହୋଇଯାଇଛି, ସେମାନେ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ୩ ମାସ ଭିତରେ ଏହି ଏସିଡ୍‌ ବିକ୍ରି କରିପାରିବେ। ଏହା ନ କଲେ ଜେଲ୍‌ ଦଣ୍ଡ ବିଧାନ ରହିଛି।

କିନ୍ତୁ ଜିଲ୍ଲାରେ ଏସିଡ୍‌ ବିକ୍ରି ପାଇଁ ପ୍ରଣୟନ ଆଇନ୍‌କୁ ବ୍ୟବସାୟୀ ପାଳନ କରୁନାହାନ୍ତି। ଏସିଡ୍ ବିକ୍ରି ପାଇଁ ଲାଇସେନ୍ସ ପାଇଥିବା ବ୍ୟବସାୟୀ କେବଳ ମାନ୍ୟତାପ୍ରାପ୍ତ ଦୋକାନରେ ହିଁ ଏସିଡ୍‌ ବିକ୍ରି କରିପାରିବେ। ସୁରକ୍ଷିତ ଭାବେ ଏସିଡ୍ ରଖିବା ବାଧ୍ୟତାମୂଳକ। ଏସିଡ୍‌ କିଣୁଥିବା ବ୍ୟକ୍ତିଙ୍କ ପରିଚୟପତ୍ର, ଆଧାରକାର୍ଡ  ପରଖିବା ବି ଜରୁରୀ।  କିନ୍ତୁ ଏସବୁ ନୀତିନିୟମ ଜିଲ୍ଲାରେ ପାଳନ ହେଉନାହିଁ। ବରଂ ବିକ୍ରେତାଙ୍କ ଉପରେ କୋହଳ ମନୋଭାବ ରଖାଯାଉଛି। ଏନେଇ ଡ୍ରଗ୍‌ ଇନ୍‌ସପେକ୍ଟରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇନଥିଲେ। ସୂଚନାଯୋଗ୍ୟ,  ପୂର୍ବରୁ ବରଗଡ଼ ସହରରେ ନକଲି ଔଷଧ ମାମଲାରେ ବ୍ୟାପକ ଚଢ଼ଉ ଚାଲିଥିଲା। ବେପାରୀ ଗିରଫ ହେଲେ। କିନ୍ତୁ ଡ୍ରଗ୍‌ ଇନ୍‌ସପେକ୍ଟର ମୁହଁ ଖୋଲିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe