ବେଆଇନ ବାଲିଉଠାଣ: ଏନ୍‌ଜିଟି ପକ୍ଷରୁ ତଦନ୍ତ ଆରମ୍ଭ

Advertisment
ବେଆଇନ ବାଲିଉଠାଣ: ଏନ୍‌ଜିଟି ପକ୍ଷରୁ ତଦନ୍ତ ଆରମ୍ଭ

ବଣାଇଗଡ଼ :  ଦୁଇମାସ ତଳେ ଲହୁଣିପଡ଼ା ତହସିଲ ଅନ୍ତର୍ଗତ କେନାପାଲି ବାଲିଘାଟରୁ ଲିଜ୍‌ଧାରୀ ବେଆଇନ୍ ଭାବେ ବାଲି ଖୋଳି ଚାଲାଣ କରିବା ଅଭିଯୋଗ କରି ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିବା ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି ଏନ୍‌ଜିଟି ପକ୍ଷରୁ ଏକ ତଦନ୍ତକାରୀ ଟିମ୍‌ ଗଠିତ ହୋଇଥିଲା। ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସମେତ ପ୍ରଦୂଷଣ ବୋର୍ଡ ଅଧିକାରୀ, ଖଣି ବିଭାଗ ଅଧିକାରୀ ପ୍ରମୁଖ ରହିଛନ୍ତି। ଶନିବାର ଦିନ ସମ୍ପୃକ୍ତ ଟିମ୍‌ କେନାପାଲି ଗ୍ରାମକୁ ଗସ୍ତ କରି ସରଜମିନ ତଦନ୍ତ କରି ଫେରିଛନ୍ତି। ତଦନ୍ତ ରିପୋର୍ଟ ଏନ୍‌ଜିଟିକୁ ଦିଆଯିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଂଚଳବାସୀ ଆଶା ପ୍ରକଟ କରିଛନ୍ତି।

ଅପରପକ୍ଷରେ ପ୍ରାଥମିକ ତଦନ୍ତରୁ କେନାପାଲି ବାଲିଘାଟ ଲିଜ୍ ରାଜଶ୍ରୀ ବେହେରାଙ୍କ ନାମରେ ଥିବା ବେଳେ ତହସିଲ୍ ପକ୍ଷରୁ ତାଙ୍କୁ ଚିହ୍ନିତ ଅଞ୍ଚଳରୁ ବାଲି ନ ଉଠାଇ ସେ ପୂର୍ବରୁ ଆର୍‌କେଡି ଠିକାସଂସ୍ଥାକୁ ମିଳିଥିବା ସାମୟିକ ଲିଜ୍ ଅଞ୍ଚଳ ଯାହା କି ଅନ୍ୟ ଏକ ଗ୍ରାମ ଲଡାମର ଅଞ୍ଚଳ, ସେହିଠାରୁ ବେଆଇନ୍ ଭାବେ ବାଲି ଉତ୍ତୋଳନ କରିଚାଲିଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଗୁଗୁଲ୍‌ ମ୍ୟାପ୍‌ରୁ ଏହା ସ୍ପଷ୍ଟ ହୋଇଥିବା ବେଳେ ତଦନ୍ତ ଶେଷହେବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe