ବାଉଁଶୁଣି: ବୌଦ୍ଧ ବ୍ଲକ୍ ବାଉଁଶୁଣି ନିକଟ ବାଘନଦୀରୁ ବେଆଇନ ଭାବେ ୩ଟି ଟ୍ରାକ୍ଟରରେ ବାଲି ଚାଲାଣ ହେଉଥିବା ବେଳେ ରାଜସ୍ୱ ବିଭାଗ ପକ୍ଷରୁ ମଙ୍ଗଳବାର ଚଢ଼ଉ କରାଯାଇଥିଲା। ଏହି ୩ଟି ଟ୍ରାକ୍ଟରରୁ ୩୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।
ସେହିପରି ୩ଟି ହାଇୱାରେ ୱାଇ ଫର୍ମ ନଥାଇ ବେଆଇନ ଭାବେ ଚିପସ୍ ଚାଲାଣ ହେଉଥିବା କାରଣରୁ ୩ଟି ହାଇୱାରୁ ୩୫ ହଜାର ଟଙ୍କା ଏହିପରି ମୋଟ୍ ୭୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବାଉଁଶୁଣି ରାଜସ୍ୱ ନିରୀକ୍ଷିକ ସୁଜିତ ସାହୁ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ବୌଦ୍ଧ ଅତିରିକ୍ତ ତହସିଲଦାର ମହମ୍ମଦ ରୋଜା ରସୁଲ, ସୁପରଭାଇଜର ଶ୍ୟାମସୁନ୍ଦର ବେହେରା, ବାଉଁଶୁଣି ଆର୍ଆଇ ସୁଜିତ ସାହୁ ଓ ରାଜସ୍ୱ ବିଭାଗ କର୍ମଚାରୀ ସାମିଲ ଥିଲେ।
Follow Us