ଖେଳପଡ଼ିଆ, ଜଙ୍ଗଲରେ ବେଆଇନ ଟ୍ରକ୍‌ ପାର୍କିଂୟାର୍ଡ: ଖଣିଅଞ୍ଚଳ ମୁଖ୍ୟରାସ୍ତାରେ ବସିଲେ ୨ ଗାଁର ମହିଳା

ଖଣିଅଞ୍ଚଳର ବିଭିନ୍ନ ଗାଁ, ବସ୍ତି ଓ ଗ୍ରାମ୍ୟ ଜଙ୍ଗଲରେ ବେଆଇନ ଟ୍ରକ୍‌ ପାର୍କିଂୟାର୍ଡକୁ ନେଇ ସୁକିନ୍ଦା ବ୍ଲକ୍‌ କାଳିଆପାଣି ଥାନା ରାଁସୋଳ ପଞ୍ଚାୟତର ମହ୍ଲାରସାହି, ମାଙ୍କିଡ଼ିଆ ବସ୍ତି ଓ କୁସୁମୁଣ୍ଡିଆରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା।

fhjhsfhfsxvb

କାଳିଆପାଣି: ଖଣିଅଞ୍ଚଳର ବିଭିନ୍ନ ଗାଁ, ବସ୍ତି ଓ ଗ୍ରାମ୍ୟ ଜଙ୍ଗଲରେ ବେଆଇନ ଟ୍ରକ୍‌ ପାର୍କିଂୟାର୍ଡକୁ ନେଇ ସୁକିନ୍ଦା ବ୍ଲକ୍‌ କାଳିଆପାଣି ଥାନା ରାଁସୋଳ ପଞ୍ଚାୟତର ମହ୍ଲାରସାହି, ମାଙ୍କିଡ଼ିଆ ବସ୍ତି ଓ କୁସୁମୁଣ୍ଡିଆରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଶହଶହ ଟ୍ରକ୍‌ ବସ୍ତିର ରାସ୍ତା, ଖେଳପଡ଼ିଆ ଓ ଗାଁ ଜଙ୍ଗଲକୁ ମାଡ଼ି ବସିଥିଲେ। ରାସ୍ତାକୁ ଉଠିବା ପାଇଁ ବାଟ ନଥିଲା। ଖେଳପଡ଼ିଆରେ ଖେଳିବା ଦୂରେ ଥାଉ ପଶିବା କଷ୍ଟକର ଥିଲା। ଏହାର ପ୍ରତିବାଦରେ ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର ୨ଟି ସ୍ଥାନ ସୌରିକ ଦୁର୍ଗାପୂଜା ପଡ଼ିଆ ପାଖରେ ଓ କୁସୁମୁଣ୍ଡିଆ ବାଘ ପଡ଼ିଆ ଜଙ୍ଗଲରେ ସଂଘବଦ୍ଧ ମହିଳା ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଉଭୟ ପାର୍ଶ୍ବରେ ଶହଶହ ଟ୍ରକ୍ ଅଟକି ରହିଥିଲା। ୩ ଘଣ୍ଟା ଧରି ଖଣିଅଞ୍ଚଳ ଗମନାଗମନ ବ୍ୟବସ୍ଥ‌ା ଠପ୍‌ ହୋଇଯାଇଥିଲା। ସାଧାରଣ ଲୋକେ ରାସ୍ତାଜାମ୍‌ରେ ଫସି ରହିଥିଲେ। ଥାନାରେ ଗ୍ରାମବାସୀ, ମହିଳା ସମିତି ଓ ଟ୍ରକ୍‌ ମ‌ାଲିକ ସଂଘ ମଧ୍ୟରେ ସମାଧାନ ବୈଠକରେ ବୁଝାମଣା ପରେ ସାମୟିକ ଭାବେ ଆନ୍ଦୋଳନ ଥମିଛି।

ଗାଁକୁ ବାଟ ଛଡ଼ାଯିବା, ଖେଳ ପଡ଼ିଆକୁ ଅବରୋଧ ନ କରିବା ଓ ଜଙ୍ଗଲ ଭିତରେ ଟ୍ରକ୍‌ ନ ପୂରାଇବା ନେଇ ନିଷ୍ପତ୍ତି ହୋଇଥିବା କୁହାଯାଇଛି। 
କ୍ରୋମ୍‌ ଉପତ୍ୟକାର ସମସ୍ତ ଖଣିରୁ କ୍ରୋମାଇଟ୍‌ ପରିବହନ କ୍ଷେତ୍ରରେ ଫାଷ୍ଟ୍‌ କମ୍‌, ଫାଷ୍ଟ୍‌ ଲୋଡ୍‌ ଲାଗୁ ଦିନଠାରୁ ୧୦ ବର୍ଷ ଧରି ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର କୁସୁମୁଣ୍ଡିଆରୁ କଅଁସ ୨୦ କିଲୋମିଟର ମଧ୍ୟରେ ରାସ୍ତା ପାର୍ଶ୍ବରେ ୨୫ରୁ ଅଧିକ ବେଆଇନ ଟ୍ରକ୍‌ ପାର୍କିଂୟାର୍ଡ ଗଢ଼ି ଉଠିଛି। ସବୁଠାରେ କିଛି ମୁଷ୍ଟିମେୟ ଯୁବକ ଟ୍ରକ୍‌ରୁ ଖୁଲମଖୁଲା ବେଆଇନ ପାର୍କିଂ ଫି ଆଦାୟ କରୁଛନ୍ତି। ବିଭିନ୍ନ ଟ୍ରକ୍‌ ମାଲିକ ସଂଘ ଓ ଯୁବକଙ୍କ କବ୍‌ଜାରେ ପାର୍କିଂୟାର୍ଡ ପରିଚାଳିତ ହେଉଛି। ଗାଁର ଝିଅବୋହୂଙ୍କ ସାମାଜିକ ନିରାପତ୍ତା ବିପନ୍ନ ହେବା ଓ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ମହିଳାମାନେ ମୁହଁ ଖୋଲିଥିଲେ। ଦ୍ବିତୀୟତଃ ଏଠାରେ‌ ଶୌଚାଳୟ ବ୍ୟବସ୍ଥା ନଥିବାରୁ ଗାଁ ପରିବେଶ ଦୁର୍ଗନ୍ଧଯୁକ୍ତ ଓ ବିପର୍ଯ୍ୟସ୍ତ ହେଉଥିବା ସାଧାରଣରେ ଅଭିଯୋଗ ହୋଇଆସିଛି। ସେହିପରି ଶହଶହ ଟ୍ରକ୍‌ରୁ ନିର୍ଗତ କାର୍ବନ ‌ମନୋକ୍ସାଇଡ୍‌ ଗ୍ୟାସ ଓ ଶବ୍ଦ ପ୍ରଦୂଷଣ ପାଇଁ ଲୋକେ ଅତିଷ୍ଠ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe