ପୁରୁଣାକଟକରେ ବେଆଇନ କ୍ଲିନିକ୍‌ ସିଲ୍‌

Advertisment
ପୁରୁଣାକଟକରେ ବେଆଇନ କ୍ଲିନିକ୍‌ ସିଲ୍‌

Medical Dialogues

ପୁରୁଣାକଟକ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକରେ ଚାଲିଥିବା ଏକ ବେଆଇନ୍‌ କ୍ଲିନିକ୍‌କୁ ମଙ୍ଗଳବାର ଜିଲ୍ଲା ଭେଷଜ ନିରୀକ୍ଷକ ସନ୍ତୋଷ ପ୍ରଧାନ ସିଲ୍‌ କରିଥିବା ସୂଚନା ମିଳିଛି। ପ୍ରକାଶଥାଉ କି ବୌଦ୍ଧ ଜିଲ୍ଲାରେ ବହୁ ସଂଖ୍ୟାରେ ବେଆଇନ୍‌ କ୍ଲିନିକ୍‌ କାର୍ଯ୍ୟ କରୁଛି। ତେଣୁ ଏହା ଉପରେ ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।

ବିନା ଡାକ୍ତରୀ ପାଠରେ ଡାକ୍ତର ପାଲଟିଥିବା କ୍ବାକ୍‌ମାନଙ୍କ ଅଧିକ ପ୍ରାଦୁର୍ଭାବ ହରଭଙ୍ଗା ବ୍ଲକ୍‌ରେ ବଢ଼ିବାରେ ଲାଗିଛି। ଏହି କ୍ରମରେ ପୁରୁଣାକଟକ ବଜାରରେ ଆନନ୍ଦ ସାହୁ କ୍ଲିନକ ଉପରେ ବୌଦ୍ଧ ଭେଷଜ ନିରୀକ୍ଷକ ଶ୍ରୀ ପ୍ରଧାନ ଚଢ଼ାଉ କରିଥିଲେ। ମାଲିକ ପ୍ରମାଣପତ୍ର ଦେଖାଇ ନ ପାରିବାରୁ କ୍ଲିନିକ୍‌କୁ ସିଲ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ବ୍ଲକ୍‌ର ନକଲି ଡାକ୍ତରଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe