ମହାନଦୀରେ ବେଆଇନ ବ୍ଲାଷ୍ଟିଂକୁ ନେଇ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ ପ୍ରଦର୍ଶନ ଓ ଶୋଭାଯାତ୍ରା

ମହାନଦୀରେ ବେଆଇନ ବ୍ଲାଷ୍ଟିଂକୁ ନେଇ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ ପ୍ରଦର୍ଶନ ଓ ଶୋଭାଯାତ୍ରା

ବୀରମହାରାଜପୁର: ମହାନଦୀରେ ବେଆଇନ ବ୍ଲାଷ୍ଟିଂକୁ ନେଇ ମତ୍ସ୍ୟଜୀବୀମାନେ ବିକ୍ଷୋଭ ପ୍ରଦର୍ଶନ ଓ ଶୋଭାଯାତ୍ରା କରିଛନ୍ତି। ଏନେଇ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ମତ୍ସଜୀବୀମାନେ ସ୍ଥାନୀୟ ଉପଜିଲ୍ଲାପାଳ ‌ଅଶୋକ କୁମାର ଭୋଇଙ୍କୁ ଦାବିପତ୍ର ଦେଇଛନ୍ତି । ମତ୍ସଜୀବୀମାନେ କହିଛନ୍ତି ଯେ, ଦିନଥିଲା ସୁବର୍ଣ୍ଣପୁର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ମହାନଦୀରୁ ମାଛମାରି ମତ୍ସ୍ୟଜୀବୀମାନେ ନିଜର ପରିବାର ପ୍ରତି ପୋଷଣ କରୁଥିଲେ। ହେଲେ ବର୍ତ୍ତମାନ ସମୟରେ ମହାନଦୀରେ ବେଆଇନଭାବେ ହେଉଥିବା ବ୍ଲାଷ୍ଟିଂ ସହ ରାସାୟନିକ ତୈଳର ପ୍ରୟୋଗ ଦ୍ବାରା ମତ୍ସ୍ୟ ସମ୍ପଦ ଲୋପ ପାଇବାକୁ ବସିଲାଣି। କିଛି ଅସାଧୁ ଲୋକ ବେଆଇନ ଭାବେ ମାଛ ମାରୁଥିବା ଅଭିଯୋଗ ହୋଇଛି । ଫଳରେ ମତ୍ସ୍ୟଜୀବୀମାନେ ପରିବାର ପ୍ରତିପୋଷଣ କରିବାରେ ସମସ୍ୟା ହେଉଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ମତ୍ସ୍ୟଜୀବୀମାନେ ଅଭିଯିଗ କରିଛନ୍ତି ।

publive-image

ମତ୍ସ୍ୟଜୀବୀମାନେ ମହାନଦୀରେ ବେଆଇନ୍‌ ବ୍ଲାଷ୍ଟିଂକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଦାବି କରିଛନ୍ତି । ଏହ‍ାର ପ୍ରତିବାଦରେ ଆଜି ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ରାଜସ୍ବ ଅଧିକାରୀ ଅଜିତ୍ କୁମାର ମିର୍ଦ୍ଧାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe