ଚୋରା ମଦ ସହ ସ୍କର୍ପିଓ ଜବତ, ବଣ୍ଟା ହେବା ପାଇଁ ଯାଉଥିଲା

ଚୋରା ମଦ ସହ ସ୍କର୍ପିଓ ଜବତ, ବଣ୍ଟା ହେବା ପାଇଁ ଯାଉଥିଲା

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ପାଖର ପଞ୍ଚାୟତ ଓସରା ଛକ ନିକଟରୁ ପୁଲିସ୍‌ ସୋମବାର ରାତି ପ୍ରାୟ ୯ଟା ସମୟରେ ଚୋରା ମଦ ଭର୍ତ୍ତି ଏକ ସ୍କର୍ପିଓ ଜବତ କରିଛି। ପୁଲିସ୍‌ ସ୍କର୍ପିଓ ଚାଳକକୁ କାବୁ କରିଥିବା ବେଳେ ଜଣେ ପୂର୍ବତନ ସରପ‌ଞ୍ଚଙ୍କ ସମେତ ୨ଜଣ ଚମ୍ପଟ ମାରିଥିଲେ। ଜବତ ୬ଟି ପେଟିରେ ୨୨୬ବୋତଲ ବିଦେଶୀ ମଦ ରହିଥିଲା।

ପ୍ରକାଶ ଯେ, ପାଖର ପଞ୍ଚାୟତର ଜଣେ ସ୍ବାଧୀନ ସରପ‌ଞ୍ଚ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ତାଙ୍କ ବଡ଼ଭାଇ ବିପୁଳ ପରିମାଣର ମଦ ବାଣ୍ଟୁଥିବା ଅଭିଯୋଗ ହୋଇଥିଲା। ଧର୍ମଶାଳା ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ଓସରା ଛକସ୍ଥିତ ସଂପୃକ୍ତ ପୂର୍ବତନ ସରପ‌ଞ୍ଚଙ୍କ ଘର ସମ୍ମୁଖରେ ସଦଳବଳ ଚଢ଼ଉ କରି ମଦ ବୋଝେଇ ସ୍କର୍ପିଓ(ଓଆର୍-୦୪କେ-୦୦୧୧)କୁ ଜବତ କରିବା ସହିତ ଚାଳକକୁ ଧରି ଥାନାକୁ ନେଇ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe