ଛେଳି ଫାର୍ମ ନିର୍ମାଣରେ ଅନିୟମିତତା, ବିଭିଓଙ୍କ ବଦଳି

Advertisment
ଛେଳି ଫାର୍ମ ନିର୍ମାଣରେ ଅନିୟମିତତା, ବିଭିଓଙ୍କ ବଦଳି

Tribune India

ଚଣ୍ଡିଖୋଲ: ବଡ଼ଚଣା ବ୍ଲକର ଦୁଇଟି ପଞ୍ଚାୟତରେ ଛେଳି ଫାର୍ମ ନିର୍ମାଣରେ ବ୍ୟାପକ ଅର୍ଥ ହେରଫେର ଅଭିଯୋଗ ହେବା ପରେ ୧୫ ଦିନ ତଳେ ବ୍ଲକ ଭେଟେନାରୀ ଅଧିକାରୀ ସୁଧାଂଶୁ ଶେଖର ଦାସଙ୍କୁ ବଦଳି କରାଯାଇଛି। ଗତ ବର୍ଷ ବ୍ଲକର ସମିଆଁ ଓ ପାରିଆ ଆଦି ଦୁଇଟି ପଞ୍ଚାୟତର ୧୦ ଟି ସ୍ୱୟଂସହାୟକ ଗୋଷ୍ଠୀକୁ ଛେଳି ଫାର୍ମ ପାଇଁ ବିଭିଓ ଋଣ ମଞ୍ଜୁର କରିଥିଲେ। ସରକାରୀ ନିୟମ ଅନୁଯାୟୀ ଗୋଟିଏ ସ୍ୱୟଂସହାୟକ ଗୋଷ୍ଠୀକୁ ଋଣ ମଞ୍ଜୁର ହେବା କଥା। ଏଠାରେ ଏକକାଳୀନ ୧୦ ଗୋଟି ସ୍ୱଂସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇଥିଲା।

ସେହିପରି ଅନ୍ୟ ଏକ ଅଭିଯୋଗ ମୁତାବକ ଗୋଟିଏ ଛେଳି ଫାର୍ମ ପାଇଁ ବଡ଼ଗୃହ ନିର୍ମାଣ କରାଯିବା କଥା। ଏଠାରେ ଛୋଟ ଛୋଟ ଗୃହ ନିର୍ମାଣ କରି ଋଣ ଦିଆଯାଇଥିଲା। ପ୍ରତି ସ୍ୱୟଂସହାୟକ ଗୋଷ୍ଠୀକୁ ୧ ଲକ୍ଷ ୧୫ ହଜାର ଟଙ୍କାର ସବସିଡି ଦିଆଯାଇଥିଲା। ତଦନ୍ତ ସମୟରେ ଏହା ଧରାପଡ଼ିଥିଲା। ତଦନ୍ତକାରୀ ଅଧିକାରୀ ଅଭିଯୋଗର ସତ୍ୟତା ଉପଲବ୍‌ଧି କରିବା ପରେ ବିଭିଓଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରିଥିଲେ। ଏଥିରେ ବିଭିଓଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ସଂପୃକ୍ତି ସମ୍ପର୍କରେ ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe