ପାଇକସାହି : ଗାଁରେ ବୁଲୁଛି ଅସୁସ୍ଥ ହାତୀ

Advertisment

ବଡ଼ମ୍ବା ବନାଞ୍ଚଳରେ ହାତୀ ଛୁଆ ଅସୁସ୍ଥ

ବଡ଼ମ୍ବା ବନାଞ୍ଚଳରେ ହାତୀ ଛୁଆ ଅସୁସ୍ଥ

ପାଇକସାହି : ଗାଁରେ ବୁଲୁଛି ଅସୁସ୍ଥ ହାତୀ

ବନ୍ତଳା/ପାଇକସାହି :ସାତକୋଶିଆ ଅଭୟାରଣ୍ୟ ଅଂଚଳରେ ଗତ କିଛିଦିନ ହେଲା ଏକ ମାଈହାତୀ ଅସୁସ୍ଥ ଅବସ୍ଥାରେ ବୁଲିିଛି। ଆଜି ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ଟାଇଁସି ଅଞ୍ଚଳକୁ ଏହି ବୟସ୍କ ମାଈ ହାତୀ ଚାଲି ଆସିଛି। ଅଧିକ ବୟସ ହେତୁ ତାହା ଅସୁସ୍ଥ ଥାଇପାରେ ବୋଲି ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଉକ୍ତ ମାଈହାତୀକୁ ୨୦ ଦିନ ତଳେ ଅନୁଗୁଳ ବନାଞ୍ଚଳ ପୋକୁଣ୍ଡା ନିକଟରେ ବନ ବିଭାଗ ଠାବ କରିଥିଲା। ସେଠାରୁ ହାତୀଟି ସିଟିକୋଇଲି ଗାଁ ସଂରକ୍ଷିତ ଜଙ୍ଗଲ ଦେଇ ଅନ୍ତୁଳିଆ ପର୍ଯ୍ୟନ୍ତ ଯାଇଥିଲା। ଆଜି ପମ୍ପାସର ବନାଞ୍ଚଳ ସୀମାନ୍ତ ଟାଇଁସି ନିକଟ ବରଗୋଠ ଗାଁ ପାଖରେ ହାତୀଟି ରହିଥିବା ଦେଖାଛି। ହାତୀର ବୟସ ୫୫ରୁ ୬୦ ବର୍ଷ ମଧ୍ୟରେ ହେବ। ତାଠାରେ କୌଣସି ରୋଗର ଲକ୍ଷଣ ନଥିବାବେଳେ ସାମାନ୍ୟ ପତଳା ଝାଡ଼ା ହେଉଛି। ହାତୀ ଉପରେ ନଜର ରଖାଯାଇଛି ବୋଲି ଅନୁଗୁଳ ଏସିଏଫ୍ ବାସୁଦେବ ନାୟକ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୧୮ ତାରିଖରେ ସାତକୋଶିଆ ଜଂଗଲ ଅନ୍ତର୍ଗତ ପୁରୁଣାକୋଟ ରେଂଜ ଅଂଚଳରେ ଏକ ମାଈହାତୀର ମୃତଦେହ ଠାବ କରାଯାଇଥିଲା।

ବଡ଼ମ୍ବା ବନାଞ୍ଚଳରେ ହାତୀ ଛୁଆ ଅସୁସ୍ଥ
ବଡ଼ମ୍ବା : ବଡ଼ମ୍ବା ବନ ବିଭାଗ ରେଞ୍ଜ ଅଧୀନ ଗୁରୁଡ଼ିପାଳ ଗ୍ରାମ ନିକଟ ଜଙ୍ଗଲରେ ଦୁଇ ଦିନ ହେଲା ଏକ ମାଈ ହାତୀ ଛୁଆ ଅସୁସ୍ଥ ହୋଇପଡ଼ିଛି। ହାତୀ ଛୁଆର ବୟସ ୫ରୁ ୬ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଖବର ପାଇ ବଡ଼ମ୍ବା ଡେପୁଟି ରେଞ୍ଜ ଅଫିସର ସରୋଜ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆର ଚିକିତ୍ସା ଆରମ୍ଭ କରିଛନ୍ତି। ଗୋପପୁର ପ୍ରାଣୀ ଚିକିତ୍ସକ ଡାକ୍ତର ସଞ୍ଜୟ କୁମାର ମହାପାତ୍ର ଅସୁସ୍ଥ ହାତୀ ଛୁଆର ପରୀକ୍ଷା କରି ସାଲାଇନ୍‌ ଲଗାଇବା ସହିତ ଆବଶ୍ୟକ ଔଷଧ ଓ ଗ୍ଲୁକୋଜ୍‌ ଦେଇଥିବା ‌ଡେପୁଟି ରେଞ୍ଜ ଅଫିସର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe