କଙ୍କିଳି ଜଙ୍ଗଲରେ ଦନ୍ତାର ଚିକିତ୍ସା

Advertisment
କଙ୍କିଳି ଜଙ୍ଗଲରେ ଦନ୍ତାର ଚିକିତ୍ସା

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଂଜ କଙ୍କିଳି ଗାଁ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଆଜି ଏକ ଅସୁସ୍ଥ ଦନ୍ତାହାତୀର ଚିକିତ୍ସା କରାଯାଇଛି। ଓୟୁଏଟି ନିଶ୍ଚେତକ ବିଶେଷଜ୍ଞ ଏଥିରେ ସହଯୋଗ କରିଛନ୍ତି। ବିଭାଗ ସୂତ୍ରରୁ ପ୍ରକାଶ, ୪୦ ବର୍ଷ ବୟସର ଏହି ହାତୀ ଶରୀରରେ ଅନେକ କ୍ଷତ ଥିବାରୁ ପ୍ରାୟ ମାସେ ହେଲା ଚଲାବୁଲା କରିପାରୁନଥିଲା। ଖାଦ୍ୟ ଓ ପାଣି ଅଭାବରୁ ଖୁବ୍‌ ଦୁର୍ବଳ ହୋଇଯାଇଛି। ଓୟୁଏଟି ବିଶେଷଜ୍ଞ ଡ. ଇନ୍ଦ୍ରମଣି ନାଥ, ଅଜୟ ଧଣ୍ଡା, ଢେଙ୍କାନାଳ ଏସିଏଫ୍‌ ଜିତେନ୍ଦ୍ର ନାରାୟଣ ଦାସ, ଡିଏଫ୍‌ଓ ରିଙ୍କୁ କୁମାରୀ, ରେଂଜର ବିଭୁଦାନନ୍ଦ ମିଶ୍ର, ସତ୍ୟଶଙ୍କର ସାହୁଙ୍କ ସମେତ ୨୦ ଜଣ ବନ କର୍ମଚାରୀ ହାତୀ ପାଖରେ ପହଞ୍ଚିଥିଲେ। ମଧ୍ୟାହ୍ନ ୧୨ଟାବେଳେ ହାତୀକୁ ନିଶ୍ଚେତକ ଦିଆଯାଇଥିଲା। କଙ୍କଡ଼ାହାଡ଼ ପ୍ରାଣୀ ଚିକିତ୍ସାଧିକାରୀ ଡ. ସତ୍ୟବ୍ରତ ତରାଇ ଏକ ଘଣ୍ଟା ଧରି ତାହାର ଚିକିତ୍ସା କରିଥିଲେ। ହାତୀର ପଛ ବାମ ଗୋଡ଼ ସମେତ ବିଭିନ୍ନ ସ୍ଥାନରେ ୧୫ଟି କ୍ଷତ ଥିବାବେଳେ କେତେକରେ ପୂଯ ହୋଇଯାଇଛି। ଏଥିପାଇଁ ଆବଶ୍ୟକ ଔଷଧ ଦିଆଯାଇଛି। ଅନ୍ୟ ହାତୀ ସହ ଲଢ଼େଇରୁ ଏହି କ୍ଷତ ହୋଇଥାଇପାରେ ବୋଲି ଡ. ତରାଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe