ନୀଳଗିରି: ଭେଜି ଖାଇ ତୁଟାପଡ଼ା ଗ୍ରାମର ୨୫ରୁ ଅଧିକ ଲୋକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

Advertisment
ନୀଳଗିରି: ଭେଜି ଖାଇ ତୁଟାପଡ଼ା ଗ୍ରାମର ୨୫ରୁ ଅଧିକ ଲୋକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ନୀଳଗିରି: ବାଲେଶ୍ବର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଭେଜି ଖାଇ ଏକ ଗାଁର ୨୫ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବାର ଖବର ମିଳିଛି। ପୀଡ଼ିତମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ନୀଳଗିରି ଥାନା ଅନ୍ତର୍ଗତ ବେଗୁନିଆଁ ପଞ୍ଚାୟତର ତୁଟାପଡ଼ା ଗ୍ରାମର ସୁଦାମ ପ୍ରଧାନଙ୍କ ଘରକୁ ସେହି ଗାଁର କିଛି ଲୋକ ଗତ ଶୁକ୍ରବାର ସନ୍ଧ୍ୟାରେ ଭେଜି ଖାଇବାକୁ ଯାଇଥିଲେ। ଏହି ଭୋଜି ଖାଇବାର ୨୪ ଘଣ୍ଟା ନ ପୁରୁଣୁ  ସେହି ଗାଁର ୨୫ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବାର ଖବର ମିଳିଛି।

ଏହି ଗ୍ରାମର ବାସନ୍ତୀ ଦାସ, ଜଲି ଦାସଙ୍କ ସମେତ କିଛି ମହିଳା , ଛୋଟ ପିଲା ଓ ପୁରୁଷ ଅସୁସ୍ଥ ହୋଇଥିବାର ଜଣାଯାଇଛି। ଗତକାଲି ସନ୍ଧ୍ୟାରେ ଏମାନେ ୧୦୮ ଆମ୍ବୁଲାନ୍ସ ଓ ଅଟୋରେ ନୀଳଗିରି ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଭର୍ତ୍ତି ହୋଇଥିବାର ଖବର ପାଇ ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ  ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ପ୍ରମୁଖ  ନୀଳଗିରି ଡାକ୍ତରଖାନାକୁ ଯାଇଥିଲେ। ସେମାନେ ପୀଡ଼ିତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ସେମାନଙ୍କର ଆଶୁ ଆରୋଗ୍ୟ କାମନା ବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe