ପୁରୀ: ଶ୍ରୀମନ୍ଦିର ଆଲୋକୀକରଣ ହେବ। ଏଥିପାଇଁ ଖର୍ଚ୍ଚ ହେବ ୧୭ କୋଟି ୧୨ ଲକ୍ଷ। ଏହି ଅର୍ଥ ଅବଢ଼ା ଯୋଜନାରେ ଖର୍ଚ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ଅନୁରୋଧ କରିବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସ୍ଆଇ) ପ୍ରସ୍ତୁତ କରିଥିବା ଡିପିଆର୍କୁ ମୋହର ମାରିଛି ପରିଚାଳନା କମିଟି। ସରକାର ବଦଳିବା ପରେ ପରେ ଶ୍ରୀମନ୍ଦିର ଚାରିପାଖେ ଲାଗିଥିବା ଫୋକସ୍ ଲାଇଟ୍ ଠିକା ସଂସ୍ଥା ଖୋଲିଦେଇଥିଲା। ଏହାପରେ ଶ୍ରୀମନ୍ଦିର ହଠାତ୍ ଅନ୍ଧାର ହୋଇ ପଡ଼ିଥିଲା ଓ ଲାଇଟ୍ ଲଗାଯିବା ପ୍ରସଙ୍ଗକୁ ନେଇ ବିବାଦ ଉତ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଠିକାସଂସ୍ଥା ଏହାକୁ ଲଗାଇଥିଲା।
ଖର୍ଚ୍ଚ ହେବ ୧୭ କୋଟି ଟଙ୍କା
ସରକାର ବଦଳିବା ପରେ ଠିକା ସଂସ୍ଥା ହଟାଇ ଦେଇଥିଲା
ହଠାତ୍ ଅନ୍ଧାର ହୋଇ ଯାଇଥିଲା ଶ୍ରୀମନ୍ଦିର
ଶ୍ରୀମନ୍ଦିର ପ୍ରଶାସନ ବା ସରକାର ଟଙ୍କାଟିଏ ଖର୍ଚ୍ଚ କରିନଥିବା ଦର୍ଶାଇଥିଲେ। ଘଟଣାର ତଦନ୍ତ ହେବା ସହ ଠିକାସଂସ୍ଥାର ୪ ଜଣ କର୍ମଚାରୀଙ୍କୁ ଅଟକ ରଖାଯାଇଥିଲା। କିନ୍ତୁ ଅଧିକ ଖୋଳତାଡ଼ରୁ ଏଭଳି ଚିତ୍ର ପଦାକୁ ଆସିବାରୁ କର୍ତ୍ତୃପକ୍ଷ ଆଉ ତନାଘନା କରିନଥିଲେ। ଓଲଟା ଶ୍ରୀମନ୍ଦିର ପ୍ରଶାସନ ଠିକାସଂସ୍ଥା ଜରିଆରେ ଅଳ୍ପ ଲାଇଟ୍ ଲଗାଇ ଆଲୋକୀକରଣ ବ୍ୟବସ୍ଥା କରିଥିଲା। ଏବେ ଶ୍ରୀମନ୍ଦିର ପରିସର ସହ ଫୋକସ୍ ଲାଇଟ୍ ସ୍ଥାୟୀ ଭାବରେ ଲଗାଇବାକୁ
ନିଷ୍ପତ୍ତି ହୋଇଛି।
ଉଲ୍ଲେଖଯୋଗ୍ୟ, ୨୦୨୧ ମସିହାରେ ଏଏସ୍ଆଇ ଶ୍ରୀମନ୍ଦିର ଭିତରେ ‘ଫେକ୍ଡ ଇଲୁମିନେସନ୍ ପ୍ରୋଜେକ୍ଟ’ ପ୍ରସ୍ତୁତି କରିଥିଲା। ଏଥିରେ ଅଁଳାବେଢ଼ାଠାରୁ ଆରମ୍ଭ କରି ମେଘନାଦ ପାଚେରି ଝଲସୁଥିଲା। ଦାମୀ ଥ୍ରି-ଡି ଲାଇଟ୍ ସଂଯୋଗ କରାଯାଇଥିଲା। ଏଥିପାଇଁ ଦେଢ଼କୋଟି ବ୍ୟୟବରାଦ ହୋଇଥିଲା। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ଥିବା ମିନିରତ୍ନ କଂପାନି ‘ୱାପ୍କୋସ୍’କୁ ଏହି କାମର ଠିକା ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/27/jgddgjdgjdgj-2025-11-27-01-12-49.jpg)