ଛତିଶଗଡ଼ରେ ସଂକ୍ରମଣ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ପ୍ରମୁଖ କାରଣ: ଆଇଏଲଏସ ନିର୍ଦ୍ଦେଶକ

Advertisment
ଛତିଶଗଡ଼ରେ ସଂକ୍ରମଣ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ପ୍ରମୁଖ କାରଣ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ବର: ଓଡ଼ିଶାରେ କାହିଁକି ବଢୁଛି କରୋନା। ଏହାର କାରଣ କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି, ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢୁଥିବାରୁ ସେଠାରୁ ଆସୁଥିବା ଲୋକଙ୍କ ଦ୍ୱାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଛତିଶଗଡ଼ରେ ସଂକ୍ରମଣ ରାଜ୍ୟରେ ସଂଖ୍ୟା ବଢାଇବାରେ ପ୍ରମୁଖ କାରଣ। ଲୋକେ ଅମାନିଆ ହେବାରୁ ବି ସଂଖ୍ୟା ବଢୁଛି। ତେବେ ପଞ୍ଜାବ, ମହାରାଷ୍ଟ୍ରରେ ଯେଉଁ ମ୍ୟୁଟେସନରେ ବ୍ୟାପୁଛି, ଓଡ଼ିଶାରେ ସେ ମ୍ୟୁଟେସନର ପ୍ରଭାବ ନାହିଁ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଅଧିକ ଜେନମ ସ୍ୟୁକେନସ ପରେ କେଉଁ ଷ୍ଟ୍ରେନ ଦ୍ୱାରା ଓଡ଼ିଶା ଅଧିକ ପ୍ରଭାବିତ ହେଉଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।
ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ ଏ ଯାଏଁ ରାଜ୍ୟରେ ଦେଖିବାକୁ ମିଳିନାହିଁ । ବର୍ତ୍ତମାନ ଦେଶରେ ଯେଉଁ ସଂକ୍ରମଣ ବ୍ୟାପୁଛି, ତାହା ୩ଟି ମ୍ୟୁଟେସନ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe