ମୁଁ ଜଣେ ମଲା ମଣିଷ: ଅନୁଭବ

Advertisment
ମୁଁ ଜଣେ ମଲା ମଣିଷ: ଅନୁଭବ

ଭୁବନେଶ୍ବର : ‘ବହୁତ ବୋଝ ନେଲିଣି। ଆଉ ଧୈର୍ଯ୍ୟ ନାହିଁ। ମୁଁ ଜଣେ ମଲା ମଣିଷ ପାଲଟିଯାଇଛି। ମରିବାକୁ ନେଇ ଆଉ ମୋତେ ଡରାଅନାହିଁ। ହଁ, ମୋତେ ଯଦି ମୋର ଶେଷ ଇଚ୍ଛା ପଚରାଯାଏ, ମୁଁ କହିବି ମୁଁ ବଞ୍ଚିବାକୁ ଚାହେ। ହେଲେ ମୋ ପାଟି ସିଲେଇ ହୋଇଯାଇଛି।’ ସୋସିଆଲ୍‌ ମିଡିଆରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଏଭଳି ଭିଡିଓ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଉକ୍ତ ଭିଡିଓରେ ସାଂସଦ ଶ୍ରୀ ମହାନ୍ତି ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ନିଜର ବ୍ୟଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଉପରେ, ତାଙ୍କ ଜୀବନ ଉପରେ ସମସ୍ତେ କହିପାରୁଛନ୍ତି। ସେ ମଧ୍ୟ ଇଛା କରୁଛନ୍ତି ବହୁତ କିଛି କହିବାକୁ। କାରଣ ତାଙ୍କର ମଧ୍ୟ କହିବାର ଅଧିକାର ଅଛି। ହେଲେ ଆଇନ୍‌ଠାରୁ କେହି ଊର୍ଧ୍ବରେ ନୁହଁନ୍ତି। ତେଣୁ ଆ‌ଇନ୍‌କୁ ସମ୍ମାନ ଜଣାଇ ସେ ନିରବ ରହୁଛନ୍ତି। ଅଥଚ ସେମିତି ସମୟରେ କିଛି ସଂସ୍ଥା, କିଛି ଲୋକ ମିଛ କାହାଣୀକୁ ନେଇ ରଂଗ ଲଗାଉଛନ୍ତି; ଏହା ବାଧୁଛି। ବଡ଼ ଅସହ୍ୟ ହେଉଛି। କାହାର ଜୀବନକୁ ନେଇ ଖେଳାନଯାଉ ବୋଲି ସେ କହିଛନ୍ତି। ଯୋଡ଼ି ହୋଇଥିବା ଭାବନା ଓ ଆବେଗକୁ ଆଘାତ ନ ପହଞ୍ଚୁ ବୋଲି ସେ ଆଶା କରିଛନ୍ତି। ତେବେ ଉକ୍ତ ଭିଡିଓରେ ସେ ନିଜ ନିତିଦିନିଆ ଜୀବନରେ ସେ କ’ଣ କରୁଛନ୍ତି, ତାଙ୍କ ସମୟ କିଭଳି କଟୁଛି, ସେସବୁର ଟିକିନିକି କଥା ସେୟାର କରିଛନ୍ତି।

publive-image NDTV.com

ଅନ୍ୟପକ୍ଷରେ ହାଇକୋର୍ଟଙ୍କ କଟକଣା ପରେ ପୁଣି ସୋସିଆଲ୍‌ ମିଡିଆରେ ଅନୁଭବଙ୍କ ଏହି ଭିଡିଓ ପୋଷ୍ଟ କରିବା ସମସ୍ତଙ୍କୁ ବିସ୍ମିତ କରିଛି। ପୂର୍ବରୁ ସେ ବାରମ୍ବାର ସୋସିଆଲ୍‌ ମିଡିଆରେ ବର୍ଷାଙ୍କ ବିରୋଧରେ ଭିଡିଓ ପୋଷ୍ଟ କରିବାରୁ ଥାନାରେ ଅଭିଯୋଗ ହୋଇଥିଲା। ଏମିତିକି ବର୍ଷା ଏନେଇ ‌କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଅଦାଲତ ମାମଲାର ଶୁଣାଣି କରି ଉଭୟ ପକ୍ଷଙ୍କ ଉପରେ କଟକଣା ଲଗାଇଥିଲେ। ଭିଡିଓ ଜରିଆରେ କେହି କାହା ବିରୋଧରେ ଆକ୍ଷେପ କରିପାରିବେ ନାହିଁ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ତେବେ କୋର୍ଟଙ୍କ କଟକଣା ପରେ ଏହା ଅନୁଭବଙ୍କ ପ୍ରଥମ ଭିଡିଓ। ଅବଶ୍ୟ ସେ ଏହି ଭିଡିଓରେ ସିଧାସଳଖ ବର୍ଷାଙ୍କୁ ନେଇ କୌଣସି ଟିପ୍ପଣୀ ରଖିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe