ଭୁବନେଶ୍ୱର: ଆଜି ସକାଳ ୧୦ଟା ୧୫ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ବଲାଙ୍ଗିର,ସୋନପୁର, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଆଦି ୯ଟି ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲ୍ଲାର ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ ରାଜର ବିଭିନ୍ନ ଜିଲ୍ଲାରେ ମୌସୁମୀଜନିତ ବର୍ଷା ସାଙ୍ଗକୁ ଲଘୁଚାପ ବଷାଲାଗି ରହିଛି। ଏହି ସମୟରେ ବଜ୍ରପାତ ଘଟି ବହୁ ଲୋକଙ୍କର ପ୍ରାଣହାନୀ ଘଟିଛି। ତେଣୁ ପାଣିପାଗ ବିଭାଗ ପକ୍ଷରୁ ଜନସାଧାଣରଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବର୍ଷା, ଘୁର୍ଣ୍ଣିଝଡ଼ ଓ ବଜ୍ରପାତ ନେଇ ବିଭିନ୍ନ ସମୟରେ ସତର୍କ ସୂଚନା ଜାରି କରାଯାଉଛି। ଏହି କ୍ରମରେ ଆଜି ରାଜ୍ୟର ପଶ୍ଚିମାଞ୍ଚଳ ବିଶେଷ କରି ପଶ୍ଚିମ ଓ ପଶ୍ଚିମ-ଦକ୍ଷିଣ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତର ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
୯ ଟି ଜିଲ୍ଲାରେ ବର୍ଷା, ବଜ୍ରପାତ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
Advertisment
Follow Us