ରାୟଗଡ଼ା : ୧୮ଦିନର ବିବାଦୀୟ ପରିସ୍ଥିତି ପରେ ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା ବିରୋଧରେ ଚାଲିଥିବା ଆଦିବାସୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଗତକାଲିର ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା। ତ୍ରିପାକ୍ଷିକ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଓ ପଦକ୍ଷେପ ସଂପର୍କରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଆନ୍ଦୋଳନକାରୀଙ୍କ ୧୪ଦଫା ଦାବି ସଂପର୍କରେ ଇମ୍ଫା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିଭଳି ଆନ୍ଦୋଳନର ନେତୃତ୍ୱ ନେଇଥିବା ଜିତୁ ଜାକାସିକ୍କା ମଧ୍ୟ ଅନୁରୂପ ସୂଚନା ଦେଇ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ଦାବି ଗୁଡ଼ିକୁ ମଧ୍ୟ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ଇମ୍ଫା କର୍ତ୍ତୃପକ୍ଷ ସମ୍ମତି ଜଣାଇଥିବା କହିଥିଲେ।
ଇମ୍ଫା ବିରୋଧୀ ଆନ୍ଦୋଳନ ପ୍ରତ୍ୟାହୃତ
Advertisment
Follow Us