ଷ୍ଟି୍ଅରିଂ ଛାଡ ଆନ୍ଦୋଳନର ପ୍ରଭାବ: ରାଜପଥ କଡ଼ ହୋଟେଲ, ଢାବା ବେପାର ଠପ୍‌

ଷ୍ଟି୍ଅରିଂ ଛାଡ ଆନ୍ଦୋଳନର ପ୍ରଭାବ: ରାଜପଥ କଡ଼ ହୋଟେଲ, ଢାବା ବେପାର ଠପ୍‌

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ସହସ୍ରାଧିକ ଚାଳକ ଏକାଠି ହୋଇ ଆଜି ଚଣ୍ଡିଖୋଲ ଛକରେ ଦିନତମାମ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ଶାଖା ସଭାପତି ଆଲୋକ କୁମାର ଦାସ, ସମ୍ପାଦକ ପ୍ରକାଶ ସାମଲ, ସହ ସମ୍ପାଦକ ସିଦ୍ଧାନ୍ତ କୁମାର ଭୂୟାଁ ଓ ଉପଦେଷ୍ଟା ସଞ୍ଜୟ ଓଝା ନେତୃତ୍ୱ ନେଇଥିଲେ। ଫଳରେ ଚଣ୍ଡିଖୋଲ ଛକ ଦେଇ ଯାଇଥିବା ୧୬ ଓ ୫୩ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଏକପ୍ରକାର ଠପ୍‌ ହୋଇଯାଇଥିଲା। ବସ୍‌ ଯାତ୍ରୀ ବହୁ ହଇରାଣ ହୋଇଥିଲେ। ସେହିପରି କାର ସହିତ ଅନ୍ୟାନ୍ୟ ଚାରି ଚକିଆ ଗାଡ଼ି ବନ୍ଦ ରହିବାରୁ ଯାତ୍ରୀମାନେ ହଇରାଣ ହୋଇଥିଲେ।

ଏହି ଧର୍ମଘଟ ଯୋଗୁଁ ଚଣ୍ଡିଖୋଲ ଛକ, ବାଲିଚନ୍ଦ୍ରପୁର, ଛତିଆ, ବଡ଼ଚଣା, ଧାନମଣ୍ଡଳ ଓ ବାଲିକୁଦା ଆଦି ବଜାରରେ ବ୍ୟବସାୟିକ କାରବାର ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ଚଣ୍ଡିଖୋଲ ଛକରେ ଦୈନିକ କାକୁଡ଼ି ଓ ପେଡ଼ା ବିକ୍ରି କରୁଥିବା ୫୦ ରୁ ଅଧିକ ଲୋକ ଆଜି ନିଜ ରୋଜଗାର ହରାଇଛନ୍ତି। ବସ୍‌ ବନ୍ଦ ଥିବାରୁ​ ସେମାନେ କେହି ବେପାର କରିପାରି ନାହାନ୍ତି। ବସ୍‌ ଯାତ୍ରୀ, ଟ୍ରକ ଚାଳକ ଓ ହେଲପରମାନଙ୍କ ଉପରେ ନିର୍ଭର କରି ବ୍ୟବସାୟ କରୁଥିବା ବହୁ ​ହୋଟେଲ, ଢାବା ଆଜି ଫାଙ୍କା ରହିଥିଲା। ଚଣ୍ଡିଖୋଲ, କଣ୍ଟିଗଡ଼ିଆ, ବାଲିଚନ୍ଦ୍ରପୁର ଓ ଛତିଆ ଆଦି ଜାତୀୟ ରାଜପଥ କଡ଼ରେ ଥିବା ହୋଟେଲ କାରବାର ମଧ୍ୟ ଆଜି ଠପ୍‌ ହୋଇଯାଇଛି। ଟାୟାର ଓ ଯନ୍ତ୍ରପାତି ଦୋକାନ, ବଡ଼ବଡ଼ ଗ୍ୟାରେଜ ମଧ୍ୟ ଆଜି ଫାଙ୍କା ରହିଥିଲା।

publive-image

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ସେମାନଙ୍କ ବ୍ୟବସାୟ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ଟାୟାର ବ୍ୟବସାୟୀ ଅଜୟ କୁମାର ବିଶ୍ବାଳ ଓ ଚିକୁ ଢାବା ମାଲିକ ରତ୍ନାକର ବିଶ୍ୱାଳ। ଯଦି ଏହା ଅଧିକ ଦିନ ଚାଲୁ ରହିବ ତେବେ ଅଚଳାବସ୍ଥା ସୃଷ୍ଟି​ ହେବ ବୋଲି ସେମାନେ ଆଶଙ୍କା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe