କଣ୍ଟାମାଳ ନିର୍ବାଚନମଣ୍ଡଳୀର ପଲଶାଗୋରାରେ ‘ପରିବେଶ ପଞ୍ଚାୟତ’: ବ୍ୟାପକ ବୃକ୍ଷରୋପଣକୁ ଗୁରୁତ୍ବ

Advertisment
କଣ୍ଟାମାଳ ନିର୍ବାଚନମଣ୍ଡଳୀର ପଲଶାଗୋରାରେ ‘ପରିବେଶ ପଞ୍ଚାୟତ’: ବ୍ୟାପକ ବୃକ୍ଷରୋପଣକୁ ଗୁରୁତ୍ବ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ଶିଳ୍ପବିହୀନ ଓ ବଣଜଙ୍ଗଲଘେରା ହୋଇଥିଲେ ମଧ୍ୟ ଚଳିତ ବର୍ଷ ଏଠାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଥିଲା। ତାପମାତ୍ରା ୪୫ ଡିଗ୍ରି ଡେଇଁଥିଲା। ମୌସୁମୀ ସଅଳ ଓଡ଼ିଶା ଛୁଇଁଥିଲେ ମଧ୍ୟ ଜୁଲାଇ ଦ୍ବିତୀୟ ସପ୍ତାହରେ ବୌଦ୍ଧରେ ବର୍ଷା ହୋଇଥିଲା। ଯାହାର ପ୍ରଭାବ ଖରିଫ ଚାଷ ଉପରେ ପଡ଼ିଛି। ବିଶ୍ବତାପନ ଯୋଗୁଁ ଜଳବାୟୁ ପରିବର୍ତ୍ତନ ଘଟିଛି। ତେଣୁ ଏଥିପ୍ରତି ସାରା ବିଶ୍ବବାସୀ ସଚେତନ ହେବା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ଜରୁରି ବୋଲି ସୋମବାର କଣ୍ଟାମାଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଲଶାଗୋରା ଉଚ୍ଚମାଧ୍ୟମିକ ସ୍କୁଲ ପରିସରରେ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ରେ ମତ ପ୍ରକାଶ ପାଇଛି। ସ୍ଥାନୀୟ ବିଧାୟକ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବ୍ୟାପକ ବୃକ୍ଷରୋପଣ ସହ ସେଗୁଡ଼ିକର ସୁରକ୍ଷା ପ୍ରତି ଯତ୍ନବାନ ହେବା ଉପରେ ଗୁରୁତ୍ବାରୋପ କରିଥିଲେ। ପରିବେଶ ଉପଯୋଗୀ ସାମଗ୍ରୀର ବ୍ୟବହାର, ପ୍ରଦୂଷଣ ବଢ଼ାଉଥିବା ପ୍ଲାଷ୍ଟିକ୍ ଏବଂ ପଲିଥିନ୍‌ ଠାରୁ ଯଥାସମ୍ଭବ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ପୋଡ଼ିବା ପରିବର୍ତ୍ତେ ସୂର୍ଯ୍ୟାଲୋକରୁ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ସହାୟକ ହେବ ବୋଲି ବିଧାୟକ କହିଥିଲେ।

ବିକାଶ ବାହାନାରେ ବ୍ୟାପକ ଗଛକଟାକୁ ବନ୍ଦ କରିବା, ଚାଷ ପାଇଁ ରସାୟନିକ ସାରର ବହୁଳ ବ୍ୟବହାର ପରିବର୍ତ୍ତେ ଜୈବିକ ସାରର ପ୍ରୟୋଗ ପାଇଁ ସଚେତନତା ସୃଷ୍ଟି କରିବା, ଯଥାସମ୍ଭବ ଏସି, ରେଫ୍ରିଜରେଟର ବ୍ୟବହାର କମ୍‌ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। କଂକ୍ରିଟ୍‌ ଜଙ୍ଗଲ ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଇ ପାନୀୟଜଳ ସଂକଟ ଦେଖାଦେଇଛି ବୋଲି ଉପସ୍ଥିତ ବୁଦ୍ଧିଜୀବୀ, ପରିବେଶବିତ୍ ମତବ୍ୟକ୍ତ କରିବା ସହ ନିଜ ନିଜ ସ୍ତରରେ ପରିବେଶ ସୁରକ୍ଷା ନେଇ ଯଥାସମ୍ଭବ ପ୍ରୟାସ କରିବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe