ଖରିଫ ପାଇଁ ଫସଲ ଋଣ ଓ ସାର ଠିକ୍ ସମୟରେ ଯୋଗାଇବା ଉପରେ ଗୁରୁତ୍ବ

Advertisment
ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ଓ ୩୬ଟି ସଚଳ: କୃଷି ମନ୍ତ୍ରୀ

Twitter

ଭୁବନେଶ୍ୱର : କୋଭିଡ୍‌-୧୯ ସ୍ଥିତିରେ କୃଷି କାର୍ଯ୍ୟକୁ କ୍ରିୟାଶୀଳ କରାଯାଇ ଲୋକମାନଙ୍କ ଖାଦ୍ୟ ନିରାପତ୍ତାକୁ ନିଶ୍ଚିତ କରାଇବା ସହ ରାଜ୍ୟର ଅର୍ଥନୈତିକ କାର୍ଯ୍ୟକ୍ରମକୁ ଗତିଶୀଳ କରାଯାଇପାରିବ। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଖରିଫ ଚା‌ଷର ସର୍ବାଧିକ ଗୁରୁତ୍ବ ରହିଥିଲା ବେଳେ ଚାଷୀଙ୍କୁ ସହଜରେ ଫସଲ ଋଣ, ସାର ଆଦି ଯୋଗାଇବା ଉପରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୁରୁତ୍ବାରୋପ କରିଛନ୍ତି। ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଫସଲ ଋଣ ପ୍ରଦାନ, ବିଭିନ୍ନ ପ୍ୟାକ୍ସ ମାଧ୍ୟମରେ ସାର ଯୋଗାଣ ଏବଂ ମୂଲ୍ୟ ସହାୟକ ଯୋଜନାରେ ଡାଲି ଓ ତୈଳବୀଜ ଆଦିର ସଂଗ୍ରହ ସମ୍ପର୍କରେ ଶ୍ରୀ ସ୍ବାଇଁ ସମୀକ୍ଷା କରିଥିଲେ। ସମୁଦାୟ ଫସଲ ଋଣ ଓ ମୋଟ ଚାଷୀଙ୍କୁ ଦିଆଯାଉଥିବା ଋଣର ଅନ୍ତତଃ ପକ୍ଷେ ୧୦ ପ୍ରତିଶତ ନୂଆ ଚାଷୀ ଏବଂ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ଯୋଗାଇ ଦେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଚଳିତ ଖରିଫ ଫସଲ ନିମନ୍ତେ ସମବାୟ କ୍ଷେତ୍ର ମାଧ୍ୟମରେ ଚାଷୀମାନଙ୍କୁ ସମୁଦାୟ ୯ ହଜାର କୋଟି ଟଙ୍କାର ଫସଲ ଋଣ ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୧୮ ହଜାର ୧୮୯ ଜଣ ଚାଷୀଙ୍କୁ ୬୯୫୪ କୋଟି ୭୬ ଲକ୍ଷ ଟଙ୍କାର ଫସଲ ଋଣ ଯୋଗାଇ ଦିଆଯାଇଛି। ବୈଠକରେ ସମସ୍ତ ଲାଇସେନ୍ପପ୍ରାପ୍ତ ପ୍ୟାକ୍ସଗୁଡ଼ିକ ଆବଶ୍ୟକ ସାର ମାର୍କଫେଡ୍‌ ପକ୍ଷରୁ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଚାଷୀମାନେ ଯେପରି ସୁବିଧାରେ ଆବଶ୍ୟକ ସାର ପାଇପାରିବେ, ‌ସେଥି ନିମନ୍ତେ ଅଧିକାରୀମାନେ ଅଧିକ ତତ୍ପରତା କରିବା ସହିତ ଏ ଦିଗରେ ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ବିଭାଗୀୟ ସଚିବ ବୀର ବିକ୍ରମ ଯାଦବ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ମୂଲ୍ୟ ସହାୟକ ଯୋଜନାରେ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏ ପର୍ଯ୍ୟନ୍ତ ବିଭିନ୍ନ ପ୍ୟାକ୍ସ ମାଧ୍ୟମରେ ୪୭ କୋଟି ଟଙ୍କା ମୂଲ୍ୟର ୭୩୦୩ ମେଟ୍ରିକ୍ ଟନ୍ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି। ଆସନ୍ତା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିରି, ମୁଗ, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ମୂଲ୍ୟ ସହାୟକ ଯୋଜନାରେ ସଂଗ୍ରହ କରାଯିବ। ବୈଠକରେ ସମବାୟ ସମିତି ନିବନ୍ଧକ ବିଭୂତି ଭୂଷଣ ପଟ୍ଟନାୟକ, ସମବାୟ ବ୍ୟାଙ୍କ ପରିଚାଳନା ନି‌େର୍ଦ୍ଦଶକ ଗୋପବନ୍ଧୁ ଶତପଥୀ, ମାର୍କଫେଡ୍‌ ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌, ଏରିଆ ମ୍ୟାନେଜର୍‌ ଓ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe